ଜାଣନ୍ତୁ ମଥାରେ କେଉଁ ଆଙ୍ଗୁଠି ଦ୍ୱାରା ତିଲକ ଲଗାଇଲେ କ’ଣ ହୋଇଥାଏ

ମଥାରେ ତିଲକ୍‌ ଲଗାଇବା ହିନ୍ଦୁ ଧର୍ମର ଏକ ବିଶେଷ ପରମ୍ପରା। ଏହି ତିଲକ ଚନ୍ଦନ, ପାଉଁଶ ଓ ସିନ୍ଦୂର କିଛିର ବି ହୋଇପାରେ। ବିଶ୍ୱାସ ରହିଛି ଯେ ଶିବ ଭକ୍ତମାନେ ମଥାରେ ପାଉଁଶ ଲଗାଉଥିବା ବେଳେ ବିଷ୍ଣୁ ଭକ୍ତମାନେ ଚନ୍ଦନ ଓ ମାଆ ଦୂର୍ଗାଙ୍କ ଭକ୍ତମାନେ ସିନ୍ଦୂର ଲଗାଇଥାନ୍ତି। ଅଧିକାଂଶ ଲୋକ ମଥାରେ ତିଲକ ମଧ୍ୟମ ଆଙ୍ଗୁଠିରେ ଲଗାଇ ଥାଆନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ଆଙ୍ଗୁଠିରେ ଲଗାଇଲେ କ’ଣ ହୋଇଥାଏ।

: ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ମଥାରେ ତିଲକ ଲଗାଇଲେ ଶରୀର ସୁସ୍ଥ ରହିବା ସହ ଧନ ପ୍ରାପ୍ତ ହୋଇଥାଏ ବୋଲି ବିଶତବାସ ରହିଛି। ଯଦି ପରିବାରରେ କେହି ଅସୁସ୍ଥ ଅଛନ୍ତି ତେବେ ଆପଣ ନିଜର ବୁଢ଼ା ଆଙ୍ଗୁଠି ପ୍ରୟୋଗ କରି ତିଲକ ଲଗାଇ ଦିଅନ୍ତୁ।

: ମୋକ୍ଷ ପ୍ରାପ୍ତର ଇଚ୍ଛା ରଖିଥିଲେ ଆପଣ ବିଶି ଆଙ୍ଗୁଠିରେ ତିଲକ ଲଗାଇ ପାରନ୍ତି। ବିଶ୍ୱାସ ରହିଛି ଯେ ଏହି ଆଙ୍ଗୁଠିରେ ମଥାରେ ତିଲକ ଲଗାଇଲେ ମୋକ୍ଷ ପ୍ରାପ୍ତ ହୋଇଥାଏ।

: ମଧ୍ୟମ ଆଙ୍ଗୁଠିରେ ତିଲକ ଲଗାଇଲେ ଭାଗ୍ୟବାନ୍‌ ଲଭିବେ। ଏହି ଆଙ୍ଗୁଠିରେ ତିଲକ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

: ମୁଦ୍ରିକା ଆଙ୍ଗୁଠିରେ ତିଲକ ଲଗାଇଲେ ଭିତରୁ ଶାନ୍ତି ମିଳିଥାଏ। ଯଦି ଆପଣ ଜୀବନରେ ଶାନ୍ତି ଚାହାନ୍ତି ତେବେ ଏହି ଆଙ୍ଗୁଠିରେ ତିଲକ ଲଗାନ୍ତୁ।

ସମ୍ବନ୍ଧିତ ଖବର