ମଧୁମେହ ଆଉ ମିଠାର ସଂପର୍କତ ଆପଣ ଜାଣନ୍ତି। ତେବେ ମିଠା ଖାଇବାକୁ କାହାକୁ ବି ମନା କରିବା କେବେ ଅଯଥା ଉପଦେଶ ହୋଇପାରେନା। ମାତ୍ର ଜଣେ ଲୋକର ଯଦି ମିଠା ଅତ୍ୟନ୍ତ ପ୍ରିୟ ହୋଇଥାଏ ସେ କ’ଣ କେବେ ନଖାଇ ରହିପାରିବେ। ତେବେ, ଚାଲନ୍ତୁ ଆଜି ତାହାରି ସମାଧାନ ଖୋଜିବ। ମିଠି ଖାଇବା ବେଳେ କେଉଁ କଥା ପ୍ରତି ସଚେତନ ହେଲେ କିଛି ଅସୁବିଧା ହେବ ନାହିଁ ସେ ବିଷୟରେ ଜାଣିବା। ନିମ୍ନରେ କେତାଟି ସମସ୍ୟା ଦିଆଯାଇଛି ତାହା ଅନୁଭୂତ ହେବା ମାତ୍ର ତୁରନ୍ତ ଡାକ୍ତର ପରାମର୍ଶ ନିଅନ୍ତୁ।
ଯଦି ହଠାତ ବିନା କୌଣସି କାରଣରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମନ ଭଲ ଲାଗୁନାହିଁ। ଜୀବନଟ ଏକଦମ ବିଶାଦଗ୍ରସ୍ତ ଲାଗୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ମୁହଁରେ ଯଦି ବ୍ରଣ ହେଉଛି ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ତାହା ଯାଉନାହିଁ ତେବେ ଧରିନିଅନ୍ତୁ ଆପଣଙ୍କ ହରମନ ଅସନ୍ତୁଳନ ରହିଛି। ଏହାର କାରଣ ବି ଅଦ୍ୟଧିକ ମିଠା ହୋଇପାରେ। ତେଣୁ ଡାକ୍ତର ପରାମର୍ଶ କରିବା ଆପଣଙ୍କ ନିହାତି ଦରକାର।
ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଖୁବ୍ ଶୀଘ୍ର ମଧୁମେହର ଶିକାର ହୋଇପାରନ୍ତି। ଉଚ୍ଚ ରକ୍ତଚାପ ବାହାରିଲେ ତୁରନ୍ତ ଡାକ୍ତର ପରାମର୍ଶ କରିବା ବୁଦ୍ଧିମାଂନର କାମ।
ଦାନ୍ତରେ ଯଦି କଣା ହେଉ ଯାଉଛି ତେବେ ତାହା ମିଠା ପ୍ରଭାବରୁ ହୋଇଥାଏ। ଦାନ୍ତ କଣା ହୋଇଥିଲେ ମିଠା ଖାଇବା କମ୍ କରିବା ସହ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।