କୃତ୍ରିମ ଶର୍କରା ସେବନ କଲେ ଏସବୁ ସମସ୍ୟା ଉପୁଜିିପାରେ

ଆଜିକାଲି ଅନେକ ମଧୁମେହ ରୋଗରେ ପୀଡ଼ିତ। ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ ସେମାନେ ଖୁବ୍‌ ସତର୍କ ହୋଇ ଜୀବନଯାପନ କରିଥାନ୍ତି। ସାଧାରଣତଃ ଯେଉଁମାନେ ଏହି ରୋଗରେ ପୀଡ଼ିତ ସେମାନେ ଚିନି ଖାଆନ୍ତି ନାହିଁ। କେତେକ ଆଦୌ ଚିନି ନ ଖାଇ ତାହାର ବଦଳରେ କୃତ୍ରିମ ଶର୍କରା ସେବନ କରିଥାଆନ୍ତି । ଏହା ସେମାନଙ୍କ ପାଇଁ ଲାଭପ୍ରଦ ବୋଲି କୁହାଯାଇଥାଏ । ମାତ୍ର ନିକଟରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛିଯେ କୃତ୍ରିମ ଶର୍କରା ସେବନ କଲେ କେବଳ ମଧୁମେହର କୁପ୍ରଭାବ ବଢ଼ିଯାଏ, ତାହା ନୁହେଁ ବରଂ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇଥାଏ । ଏପରିକି ହୃଦ୍‌ଘାତ ହେବାର ବିପଦକୁ ମଧ୍ୟ ବଢାଇଥାଏ । ଖାଲି ସେତିକି ନୁହେଁ ଏହି କୃତ୍ରିମ ଶର୍କରା ସେବନ ଯୋଗୁଁ ଦାନ୍ତ ପୋକ ଖାଇଥାଏ ବା ଦନ୍ତକ୍ଷୟର ଆଶଙ୍କା ବି ବୃଦ୍ଧି ପାଇଥାଏ ।

photo-netdoctor.cdnds_.net

ଏଭଳି ତଥ୍ୟ ସ୍ୱାସ୍ଥ୍ୟ ପତ୍ରିକା ‘ କରେଣ୍ଟ୍‌ ବାୟୋଲୋଜି’ରେ ପ୍ରକାଶିତ ହୋଇଛି । ଏଥିରେ ଶର୍କରା କିପରି କ୍ୟାଲୋରି ବଢ଼ାଇବାରେ ସହାୟକ ହୋଇଥାଏ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ଉପରେ କରାଯାଇଥିବା ଏକ ଗବେଷଣାତ୍ମକ ପ୍ରବନ୍ଧ ସ୍ଥାନ ପାଇଛି, ସେଥିରେ ଉପରୋକ୍ତ ତଥ୍ୟର ପ୍ରମାଣ ଦିଆଯାଇଛି । ୟେଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଡାନା ସ୍ମଲ୍‌ କହିଛନ୍ତି ଆମ ଶରୀର ପ୍ରାକୃତିକ ଶର୍କରା ଗ୍ରହଣ କଲେ ଯେଉଁ ଭଳି ମସ୍ତିଷ୍କ ସୁସ୍ଥ ରହେ, ସେଭଳି କୃତ୍ରିମ ଶର୍କରା ସେବନ କଲେ ରହେ ନାହିଁ । ଏଣୁ କୃତ୍ରିମ ଶର୍କରା ଘାତକ ହୋଇପାରେ ବୋଲି ସେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର