ସାରୁ ଖାଇବାର ଉପକାରିତା ବିଷୟରେ ଜାଣନ୍ତୁ

ସାଧାରଣତଃ ଅନ୍ୟାନ୍ୟ ପରିବା ଭଳି ସାରୁ ମଧ୍ୟ ଭାରତୀୟ ରୋଷେଇ ଘରରେ ରହିଥାଏ। ହେଲେ ସାରୁର ଲାଳୁଆ ଗୁଣ ଓ ଖାଇବା ଦ୍ୱାରା ପାଟି କୁଣ୍ଡେଇ ହେବା କାରଣକୁ ନେଇ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ଆଦୌ ପସନ୍ଦ କରିନ୍ତିନିି। ତେବେ ଆଜି ଆମେ ଆପଣଙ୍କୁ ସାରୁ ମଧ୍ୟରେ ରହିଥିବା ଏପରି ଉପକାରିତା ଗୁଣ ବିଷୟରେ ଜଣାଇବୁ,ଯାହାକୁ ଜାଣିଲେ ଆପଣ ମଧ୍ୟ ନିଶ୍ଚିତ ରୂପରେ ସାରୁ ଖାଇବାକୁ ବାଧ୍ୟ ହେବେ। ସାରୁରେ ସାଧାରଣ ଭାବରେ କାର୍ବୋହାଇଡ୍ରେଟ୍‌ସ,ପ୍ରୋଟିନ୍‌,ଡାଇଟେରି ଫାଇବର୍ସ,ଭିଟାମିନ୍‌ ବି କଂପ୍ଲେକ୍ସ,ଭିଟାମିନ୍‌ – ଏ,ଭିଟାମିନ୍‌ – ସି,ଭିଟାଇନ୍‌ -ଇ,ଭିଟାମିନ୍‌-କେ,ସୋଡିଅମ୍‌,ପୋଟାସିଅମ୍‌,କ୍ୟାଲ୍‌ସିଅମ୍‌,କପର୍‌,ଆଇରନ୍‌,ମ୍ୟାଗ୍ନେସିଅମ୍‌,ମାଙ୍ଗାନିଜ୍‌,ସେଲେନିଅମ୍‌୍‌ ଓ ଜିଙ୍କ୍‌ ଭଳି ଅନ୍ୟ ବହୁ ପ୍ରକାରର ନିଉଟ୍ରିଆନ୍‌ସ ଓ ମିନେରାଲ୍‌ସ ମଧ୍ୟ ରହିଛି।

ଏବେ ଆସନ୍ତୁ ଜାଣିବା ସାରୁର ଉପକାରିତା ବିଷୟରେ ….
୧-ସାରୁ ଖାଇଲେ କ୍ଳାନ୍ତି ଦୂର ହେବାସହିତ ବ୍ୟକ୍ତିକୁ ସଂଗେସଂଗେ ଶକ୍ତି ମଧ୍ୟ ମିଳିଥାଏ।
୨-ଏତଦ୍‌ବ୍ୟତୀତ ସାରୁ ଖାଇବା ଦ୍ୱାରା ବଢ଼ୁଥିବା ଆମ ଓଜନରେ ମଧ୍ୟ ହ୍ରାସ ଘଟିଥାଏ। କାରଣ ସାରୁରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍‌ସ ଏବଂ ଡାଇଟେରି ଫାଇବର୍ସ ରହିଥିବା କାରଣରୁ ଏହା ଆମ ଶରୀରରେ ଓଜନ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
୩- ସାରୁ ଖାଇବା ଦ୍ୱାରା ବ୍ୟକ୍ତିର ହଜମପ୍ରକ୍ରିୟା ମଧ୍ୟ ସୁରୁଖୁରୁରେ ହୋଇଥାଏ।
୪-ସାରୁ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ସହିତ ହାଇପର୍‌ ଟେନ୍‌ସନ୍‌ ସମସ୍ୟା ବି ଦୂରୀଭୂତ ହୋଇଥାଏ।
୫-ସାରୁ ଖାଇବା ଦ୍ୱାରା ତ୍ୱଚାଜନିତ ସମସ୍ୟା ସାଂଗକୁ ଆଖିର ସମସ୍ୟା ବି ଦୂର ହୋଇଥାଏ।


୬-ଏଥିସହିତ ଯଦି ଆପଣଙ୍କର ବ୍ଲଡ ସୁଗାର୍‌ କିମ୍ବା ଡାଇବେଟିସ୍‌ ସମସ୍ୟା ରହିଛି,ତେବେ ଆପଣ ନିଶ୍ଚିତ ଭାବରେ ସାରୁ ଖାଆନ୍ତୁ।
୭-ସାରୁ ଖାଇବା ଯୋଗୁଁ ଏହା ଆମ ଶରୀରରେ ବ୍ଲଡ ସର୍କୁଲେସନ୍‌ କରିବାରେ ବି ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର