ଆପଣାନ୍ତୁ ଆକର୍ଷଣର ଏହି ସୂତ୍ର: ଜୀବନ ସାରା ଆପଣଙ୍କ ପ୍ରତି ଆକର୍ଷିତ ହେବେ ସାମ୍ନା ବ୍ୟକ୍ତି

ଆକର୍ଷଣ କ’ଣ? ଏହି ଗୋଟାଏ ଶବ୍ଦ ପ୍ରତି ଭିନ୍ନ ଲୋକଙ୍କର ଭିନ୍ନ ଧାରଣା। କିଛି କ୍ଷଣ ପାଇଁ ନିଜ ମୋହରେ କାହାକୁ ବାନ୍ଧି ରଖିବାକୁ କେହି ଆକର୍ଷିତ କରିବା କୁହନ୍ତି ତ ଆଉ କେହି ଅଦୃଶ୍ୟ ସ୍ନେହ ଦ୍ୱାରା କାହାର ହୃଦୟକୁ ସବୁଦିନ ପାଇଁ ଜିଣିବାକୁ ଆକର୍ଷଣ କୁହନ୍ତି। ଆପଣ କେଉଁ ଧରଣର ଆକର୍ଷଣ ଚାହାନ୍ତି? ଆମେ ଆଜି ଯେଉଁ ଆକର୍ଷଣ ବିଷୟରେ କହିବୁ ସେଥିରେ ସ୍ୱାର୍ଥ ନୁହେଁ;ସ୍ନେହ, ଛଳନା ନୁହେଁ;ସତ୍ୟ ଏବଂ ଭୋଗ ନୁହେଁ, ତ୍ୟାଗର କଥା ରହିଛି। ଏପରି ନୀତି ଅବଲମ୍ବନ କଲେ ସାମ୍ନା ଲୋକର ଯେଉଁ ଆକର୍ଷଣ ଆପଣଙ୍କ ପ୍ରତି ଉପୁଜିବ ତାହା ଜୀବନଯାକ ମରିବ ନାହିଁ।

ସବୁବେଳେ ମାନେ ନାହିଁ ଆପଣ ଯାହା କହୁଛନ୍ତି ବା କରୁଛନ୍ତି ତାହା ହିଁ ଠିକ୍‌। ସାମ୍ନା ଲୋକର ଭାବନାକୁ ବୁଝିନପାରିବା ପଣକୁ ଆପଣ ହୁଏତ ନିଜର ଅପାରଗତା ଭାବୁଥାଇ ପାରନ୍ତି ମାତ୍ର ବାସ୍ତବରେ ଏହି ସମସ୍ୟା ସ୍ନେହର ଅଭାବରୁ ହିଁ ଉପୁଜେ। ସ୍ନେହ ଏକ ଏପରି ଜିନିଷ ଯାହା ବାଧ୍ୟ କରିପକାଏ ନିଜ ପ୍ରିୟ ଲୋକର ଭାବନାକୁ ପଢ଼ିବା ପାଇଁ। ଆପଣ ଯଦି ସାମ୍ନା ଲୋକର ଭାବନା ପଢ଼ି ପାରୁଛନ୍ତି। ତାଙ୍କୁ ସମର୍ଥନ କରିପାରୁଛନ୍ତି ତେବେ ମନେ ରଖନ୍ତୁ ଆପଣଙ୍କ ପ୍ରତି ତାଙ୍କର ଆକର୍ଷଣ ଶେଷ ନିଶ୍ୱାସ ଯାଏ ରହିବ।

ବାସ୍ତବରେ ଯଦି ଆପଣ ଆପଣଙ୍କ ସାଥୀଙ୍କୁ ଖୁସି ଦେଖିବାକୁ ଚାହାନ୍ତି ତେବେ ତାଙ୍କ ପ୍ରତି ସକାରାତ୍କକ ରୁହନ୍ତୁ। ତାଙ୍କର ତ୍ରୁଟି ଦେଖାଇ ବାରମ୍ବାର ଦୁର୍ବଳ କରାନ୍ତୁ ନାହିଁ। ଅନ୍ୟ ସହ ତୁଳନା କରି ତାଙ୍କ ଆତ୍ମସମ୍ମାନରେ ଆଘାତ ଦିଅନ୍ତୁ ନାହିଁ। ମନେ ରଖନ୍ତୁ ପ୍ରତ୍ୟେକ ମଣିଷର କିଛି ନା କିଛି ନିଜସ୍ୱ ସାମର୍ଥ୍ୟ ଥାଏ। ଆପଣ କାହାର ଭୁଲ୍‌ ଦେଖି ତାଙ୍କୁ ଦୁଃଖି କରାଇବା ଅପେକ୍ଷା ତାଙ୍କର ସାମର୍ଥ୍ୟ ବିଷୟରେ ଅବଗତ କରାଇ ତାଙ୍କର ଭବିଷ୍ୟତ ସୁଧାରି ପାରିବେ। ଏମିତି କଲେ ଆପଣଙ୍କ ପ୍ରତି ବାରମ୍ବାର ଆକର୍ଷିତ ହେବା ପାଇଁ ଆପଣଙ୍କ ସାଥୀ ବାଧ୍ୟ ହୋଇପଡ଼ିବେ।

ସମ୍ବନ୍ଧିତ ଖବର