କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାର ସନ୍ତୁଳନ ଠିକ୍ ରଖିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ ତିଆରି କରିବା।
ଆପଣ ଜାଣିଥିବେ ନିଶ୍ବୟ ଯେ ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ସବୁଠାରୁ ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ କିଡ୍ନି ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ତେବେ ଆପଣ ଯଦି କିଡନିର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯିବ । ତେବେ ଏହି ୩ଟି କାମକୁ ଅଭ୍ୟାସରେ ପରିଣତ କଲେ ଆପଣଙ୍କ କିଡନି ଖରାପ ହେବା ଥୟ । କେବଳ କିଡ୍ନି ନୁହେଁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଅଭ୍ୟାସ ରଖିଲେ ଆହୁରି ଅନେକ ରୋଗ ସୃଷ୍ଟି ହୋଇପାରେ।
୧ . ଜଙ୍କ୍ ଫୁଡ୍ : ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ କିଡନିକୁ ଖରାପ କରିବା ପାଇଁ ଯଥେଷ୍ଟ । ଜଙ୍କ୍ଫୁଡ୍ ଖାଇବା ଅଭ୍ୟାସ ଆଦୌ କରନ୍ତୁ ନାହିଁ।
/sambad/media/post_attachments/wp-content/uploads/2020/10/iStock-938353306-300x200.jpg)
Diabetes UK
୨ . ଅଧିକ ମାଂସ ଖାଇବା : ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ କିଡ୍ନି ଖରାପର ଅନ୍ୟତମ କାରଣ।
୩ . ସିଗାରେଟ୍ ଟାଣିବା : ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନିକୁ ଅକାମୀ କରିଦିଏ ।