ଅଚାନକ ଆରମ୍ଭ ହୋଇଛି କି ଅଣ୍ଟା ବିନ୍ଧା? କାରଣ ଜାଣି କରନ୍ତୁ ଏହାର ଆର୍ୟୁବେଦୀୟ ଉପଚାର

ଲୋକମାନଙ୍କ ମନରେ ଗୋଟେ ଭୁଲ ଧାରଣା ରହିଛି କି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଣ୍ଟା ବିନ୍ଧା ସମସ୍ୟା ଆପେ ଆପେ ଦେଖା ଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ବେଳେ ବେଳେ ଠିକ୍‌ ଭାବରେ ବସା ଉଠା ନ କରିବା, ଅଧିକ ଓଜନର ଜିନିଷ ଉଠାଇବା, ଆଘାତ ଲାଗିବା, ଗର୍ଭବସ୍ଥା ଇତ୍ୟାଦି କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ ।

ଅଣ୍ଟା ବିନ୍ଧାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଲା ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା । ଯାହା ଦ୍ୱାରା ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ବେଳେ ବେଳେ ଶରୀରର ଓଜନ ଅଧିକ ହେବାରୁ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ଆସନ୍ତୁ ଜାଣିବା ହଠାତ୍‌ ଅଣ୍ଟା ବିନ୍ଧା ପରି ସମସ୍ୟା ଦେଖାଗଲେ, ଏହାର ଉପଶମ ପାଇଁ କେଉଁ ଉପାୟ ଆପଣାଇବେ।

୧. ଶରୀରରେ କାଲସିୟମ୍‌ର ପରିମାଣ କମ ହେବା ଦ୍ୱାରା ଏହି ସମସ୍ୟା ଦେଖା ଯାଇପାରେ । ସେଥିପାଇଁ ପ୍ରତିଦିନ କାଲସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ । ଏହା ସହ ପ୍ରତିଦିନ ଦୁଇ ଗ୍ଲାସ କ୍ଷୀର ନିହାତି ପିଅନ୍ତୁ । ଅଣ୍ଟା ବିନ୍ଧା ଭଳି ସମସ୍ୟା ଦୁର୍ବଳ ହାଡ଼ ପାଇଁ ମଧ୍ୟ ହୋଇଥାଏ । ସେଥିପାଇଁ ସବୁଦିନ ସକାଳେ ୨୫-୩୦ମିନିଟ୍‌ ଚାଲିବା ଆରମ୍ଭ କରନ୍ତୁ ।

boldsky.com

୨.ଜୁଆଣିକୁ ତାଓ୍ଵାରେ ଭାଜି ଥଣ୍ଡା ହେବା ପରେ ଚୋବାଇ ପାଣି ପିଅନ୍ତୁ । ଦିନକୁ ୭ ଥର ଏପରି କରିବା ଦ୍ୱାରା ଆପଣଙ୍କ ଅଣ୍ଟାବିନ୍ଧାର ସମସ୍ୟା ଦୂର ହୋଇଥାଏ ।

boldsky.com

୩. ଅଣ୍ଟା ବିନ୍ଧା ଦୂର କରିବାର ଆଉ ଏକ ଘରୋଇ ଉପାୟ ହେଉଛି ଅଦା । ଅଦା ରସରେ ଘିଅ ମିଶାଇ ପିଇବା ଦ୍ୱାରା ଅଣ୍ଟା ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ ।
୪.ବିଭିନ୍ନ ପ୍ରକାରର କଷ୍ଟକୁ ଦୂର କରିଥାଏ ରସୁଣ । ରସୁଣର ୧୦ଟି କୋଲାକୁ ନେଇ ନଡ଼ିଆ ତେଲ ହଳଦିଆ ରଙ୍ଗ ହେବା ପର୍ଯ୍ୟନ୍ତ ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଅଣ୍ଟାରେ ମାଲିସ କରନ୍ତୁ । ମାଲିସ କରିବା ଦ୍ୱାରା ରକ୍ତପ୍ରବାହ ଠିକ୍‌ ହେବା ଦ୍ୱାରା ଅଣ୍ଟା ବିନ୍ଧା ସମସ୍ୟା ଦୂର ହୋଇଥାଏ ।

boldsky.com
ସମ୍ବନ୍ଧିତ ଖବର