ବେବି ଅଏଲକୁ ମଧ୍ୟ ବାଥ ଅଏଲ ଭାବେ ବି ବ୍ୟବହାର କରିପାରିବେ ଆପଣ, ଜାଣନ୍ତୁ କିପରି

ବେବି ଅଏଲରେ ‘ଭିଟାମିନ୍‌-ଇ’ ଭରପୁର ମାତ୍ରାରେ ରହିଥିବା ଯୋଗୁଁ ଏହା ତ୍ୱଚାର କୌଣସି ପ୍ରକାରର କ୍ଷତି କରିବାକୁ ଦିଏ ନାହିଁ ବରଂ ଏହାର ବ୍ୟବହାର ତ୍ୱଚାକୁ ପ୍ରାକୃତିକ ନମନୀୟତା ଦେଇଥାଏ। ତେବେ କ’ଣ ଆପଣ ଜାଣନ୍ତି କି ବେବି ଅଏଲ୍‌ ଯେ କେବଳ ଶିଶୁଙ୍କ ଲାଗି ଉପକାରୀ ନୁହେଁ ବରଂ ଅନ୍ୟମାନଙ୍କ ଲାଗି ବି ଅତ୍ୟନ୍ତ ଲାଭଦାୟକ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…..

ହେଲେ ଆପଣ କ’ଣ ଜାଣନ୍ତି,  କି ଆପଣ ଚାହିଁଲେ ବେବି ତେଲକୁ ମଧ୍ୟ ଆପଣଙ୍କର ବାଥ୍‌ ତେଲ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ପରଫ୍ୟୁମ୍‌ର କିଛି ଟୋପା ଯଥା-୧/୪ କପ ବେବି ଅଏଲ୍‌ରେ ମିଶ୍ରଣ କରି ଗାଧୋଇବା ପାଣିରେ ମିଶାଇବାକୁ ହେବ। ଏହାପରେ ଆପଣଙ୍କୁ ଏହି ପାଣିରେ ଗାଧୋଇବାକୁ ପଡ଼ିବ।ଯାହାକି ଆପଣଙ୍କର ସଂପୂର୍ଣ୍ଣ ଦିନଟିକୁ ଫ୍ରେସ୍‌ କରାଇଥାଏ।ଯଦି ଆପଣଙ୍କର ମେକଅପ୍‌ ରିମୁଭର୍‌ ଶେଷ ହୋଇଯାଇଥାଏ ,ତେବେ ଆପଣ ବେବି ଅଏଲ୍‌ର ବ୍ୟବହାର କରି ମେକଅପ୍‌ କୁ ହଟାନ୍ତୁ ଯାହାକି ଆପଣଙ୍କ ତ୍ୱଚାରେ ରହିଥିବା ଲୋମଛିଦ୍ରକୁ ବନ୍ଦ ହେବାକୁ ମଧ୍ୟ ଦେଇନଥାଏ।

photo-augasthiaorganic.com

ବେବି ଅଏଲ୍‌ର ବ୍ୟବହାର ଆପଣ ହାତ,ଗୋଡ଼ ଏବଂ ଦାଢ଼ି ଆଦିରେ ଥିବା କେଶକୁ ନରମ କରିବାରେ ବି ବ୍ୟବହାର କରିପାରନ୍ତି।ଗର୍ଭବତୀ ମହିଳାଙ୍କ ଷ୍ଟ୍ରେସ୍‌ ମାର୍କସକୁ ହଟାଇବାରେ ଏହା ଅତ୍ୟନ୍ତ ଉପକାରୀ ଅଟେ।

ସମ୍ବନ୍ଧିତ ଖବର