ଶିଶୁ ବୁଝିଲେ କାହିଁକି ଦାନ୍ତ ଘଷିବା ଜରୁରୀ?

ଭୁବନେଶ୍ୱର: ଦାନ୍ତ ଘଷିବା କାହିଁକି ଆବଶ୍ୟକ? ବିଶେଷ କରି ଶିଶୁମାନେ ଦାନ୍ତ ଘଷିବା କ’ଣ ପାଇଁ ନିତାନ୍ତ ଆବଶ୍ୟକ? ଦାନ୍ତ ନ ଘଷିବା ଦ୍ୱାରା କେଉଁ ସବୁ ସମସ୍ୟା ଉପୁଜିଥାଏ ଓ ଭବିଷ୍ୟତରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ, କିଛି ଏଭଳି ସମସ୍ୟା ଓ ପ୍ରତିକାରକୁ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଗତ ଦୁଇ ସପ୍ତାହ ଧରି ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ପକ୍ଷରୁ ରାଜଧାନୀ ସମେତ ଆଖପାଖ ଅଂଚଳର ବିଦ୍ୟାଳୟମାନଙ୍କରେ ଜାତୀୟ ଟୁଥବ୍ରସ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜାମୁଝରୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତାବର ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚନ୍ଦକାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କୁ ସଠିକ୍ ଭାବେ କିଭଳି ଦାନ୍ତ ଘଷିବେ ଓ ଦାନ୍ତ ଘଷିବାର ଗୁରୁତ୍ୱ ବାବଦରେ ବୁଝାଯାଇଥିଲା। କାରଣ ଅନେକ ସମୟରେ ପିଲାମାନେ ଖାଦ୍ୟ ଖାଇବା ପରେ ଭଲ ଭାବେ ଦାନ୍ତ ଘଷୁନଥିବାରୁ ଦାନ୍ତରେ ଖାଦ୍ୟ ଅଟକି ରହିଥାଏ। ପରେ ବିଭିନ୍ନ ଦାନ୍ତ ସମସ୍ୟା ଉପୁଜିଥାଏ। ତେବେ ଆଜି ଶିଶୁ ଦିବସ ତଥା ଜାତୀୟ ପେଡୋଡଣ୍ଟିଷ୍ଟ ଦିବସ ଅବସରରେ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା। କମ୍ୟୁନିଟି ଆଣ୍ଡ ପ୍ରିଭେନଟିଭ ଡେଣ୍ଟିଷ୍ଟ୍ର ବିଭାଗ ଓ ପେଡିଏଟ୍ରିକ ଡେଣ୍ଟିଷ୍ଟ୍ର ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଏଥିରେ ବିଭାଗୀୟ ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର