ଏସବୁ ବଦଭ୍ୟାସରୁ ଦୂରେଇ ରହିବା ଭଲ

ଆମେ ଦୈନନ୍ଦିନ ଜୀବନରେ ଏଭଳି କେତେକ କାମରେ ଅଭ୍ୟସ୍ତ ଯେ ତାହାର ଭଲ ମନ୍ଦ କଥା ଭାବି ନଥାଉ। କିନ୍ତୁ ପରେ ଏହାର ମସ୍ତିଷ୍କ ଏବଂ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।ଦିନସାରା ବ୍ୟସ୍ତ ରହିଲେ ବି କେତେକ ଅଭ୍ୟାସ ଆପଣଙ୍କ ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ସେଗୁଡ଼ିକ ସଂପର୍କରେ ଜାଣିବା:

ଉପଯୁକ୍ତ ମାତ୍ରାରେ ପାଣି ନ ପିଇବା- ଆମେ କାମରେ ବ୍ୟସ୍ତ ରହି ହେଉ ବା ଖାମକିଆଲ ହୋଇ ଅନେକ ସମୟରେ ଶରୀର ଆମଶ୍ୟକ କରୁଥିବା ପାଣି ପିଇ ନଥାଉ। ଏହାଫଳରେ ଆମେ ପେଟ ରୋଗରେ ପୀଡ଼ିତ ହୋଇଥାଉ। ଖାଲି ସେତିକି ନୁହେଁ ଏଥିପାଇଁ ବାନ୍ତି ବି ମାଡେ।ପରିଣାମସ୍ୱରୂପ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ବି ପଡ଼ିଥାଏ।

ପର୍ଯ୍ୟାପ୍ତ ନ ଶୋଇବା: ଯଦି ରାତିରେ ଅନ୍ୟୁନ ୭ ଘଣ୍ଟା ନ ଶୁଅନ୍ତି, ତେବେ ମସ୍ତିଷ୍କ ଉପରେ ଖରାପ ପଡିଥାଏ ।
ବେଶୀ ସମୟ ଏକୁଟିଆ ରହିବା: ଯଦି ବେଶି ସମୟ ଏକା ରହିବେ, ତେବେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ ।

photo-likeabossgirls.com_

ଅଧିକ ଭଲ୍ୟୁମ୍‌ରେ ଗୀତ ଶୁଣିବା: କ୍ରମାଗତଭାବେ ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ ।
କ୍ରିୟାଶୀଳ ନ ହେବା: ଯଦି ଜଣେ ବ୍ୟକ୍ତି ଶାରୀରିକ ରୂପେ କ୍ରିୟାଶୀଳ ନ ରହନ୍ତି ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିପାରେ । ଏହାଫଳରେ ମସ୍ତିଷ୍କରେ କୁପ୍ରଭାବ ପଡ଼ିଥାଏ ।
ଧୂମପାନ କରିବା: ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ ।
ଅଧିକ ଖାଇବା: ଅଧିକ ଖାଇଲେ ମସ୍ତିଷ୍କର ଚିନ୍ତା ଶକ୍ତି କମିଯାଏ ।
ଅନ୍ଧାକାର ରହିବା: ପ୍ରାକୃତିକ ଆଲୋକରେ ନ ରହି ବେଶି ସମୟ ଅନ୍ଧକାରରେ ରହିଲେ ମଣିଷ ଡିପ୍ରେସନ୍‌କୁ ଚାଲିଯାଏ । ଏହା ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର