କଦଳୀ ବିଷୟରେ କିଛି ଜଣା-ଅଜଣା କଥା

୧) କଦଳୀର ଆବିଷ୍କାର ଆଠ ହଜାର ବର୍ଷର ପୁରୁଣା। ପୃଥିବୀର ଶହେ ସାତଟି ଦେଶରେ କଦଳୀ ଫଳେ।
୨) ସେଓ, ଅଙ୍ଗୁର ଭଳି ଓ୍ୱାଇନ୍‌ କି˚ବା ବିଅର‌୍‌ ପ୍ରସ୍ତୁତିରେ ମଧ୍ୟ କଦଳୀ ବ୍ୟବହାର କରାଯାଏ।
୩) କଦଳୀର ପ୍ରଜାତି ସ˚ଖ୍ୟା ପାଖାପାଖି ଏକ ହଜାର।
୪) କଦଳୀ ସ୍ୱାଭାବିକ ଭାବେ ପରମାଣୁ ବିକିରଣ ପ୍ରତିରୋଧୀ। କଦଳୀରେ ଚାଳିଶ ପ୍ରତିଶତ ପଟାସିୟମ୍‌ ଥାଏ, ଯାହା ପରମାଣୁ ବିକିରଣ ରୋକିବାକୁ ସକ୍ଷମ।
୫) କଦଳୀ ଚୋପାରେ ଜୋତା ପଲିସ୍‌ କରିହେବ। ଚୋପା ଘଷିବା ପରେ ସଫା କପଡ଼ାରେ ଜୋତାକୁ ଫୋଛିଦିଅନ୍ତୁ।
୬) କାଗଜ ତିଆରିରେ କଦଳୀ ଗଛକୁ ବ୍ୟବହାର କରାଯାଇପାରେ।
୭) ଗହମ, ଧାନ, ମକା ପରେ କଦଳୀ ଉତ୍ପାଦନ ବିଶ୍ୱରେ ଅଧିକ। ପ୍ରତି ଦିନ ଖିଆଯାଉଥିବା କଦଳୀ ସ˚ଖ୍ୟା ଅନ୍ୟୂନ ଶହେ କୋଟି।
୮) ସର୍ବାଧିକ କଦଳୀ ଖାଉଥିବା ଦେଶ ଉଗାଣ୍ତା। ସେଠାରେ ବର୍ଷକୁ ଜଣେ ବ୍ୟକ୍ତି ଦୁଇ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନର କଦଳୀ ଖାଇଥାଏ।

ସମ୍ବନ୍ଧିତ ଖବର