ନୂଆଦିଲ୍ଲୀ: ଫଳ ଓ ପନିପରିବାରୁ ଆମେ ବିଭିନ୍ନ ପ୍ରକାର ଭିଟାମିନ୍‌ ପାଇଥାଉ। ଫଳ ମଧ୍ୟରୁ ପାଚିଲା କଦଳୀରେ ଏକାଧିକ ଗୁଣକାରୀ ଉପାଦାନରେ ସମୃଦ୍ଧ ଥାଏ। ଯାହା ଖାଇବା ଦ୍ୱାରା ଆମେ ଶରୀରରକୁ ସୁସ୍ଥ ରହିଥାଏ। ପାଚିଲା କଦଳୀ ମଧୁମେହ, ହୃଦ୍‌ରୋଗ, କର୍କଟ ପ୍ରତିରୋଧକ ବୋଲି ପୂର୍ବରୁ ଜଣାପଡ଼ିସାରିଛି।

Advertisment

publive-image

ତେବେ, ଅନ୍ଧାରକଣା ପ୍ରତିହତ କରିପାରୁଥିବା ଉପାଦାନ ପାଚିଲା କଦଳୀରେ ଥିବା ନେଇ ଏବେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଜାଣିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର କୁଇନ୍‌ସଲାଣ୍ଡ୍‌ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷକମାନେ ବିଭିନ୍ନ ପ୍ରଜାତିର କଦଳୀ ଉପରେ ପରୀକ୍ଷା କରିବା ପରେ ଏ ବାବଦରେ ନିଶ୍ଚିତ ହୋଇଛନ୍ତି।

ଭିଟାମିନ୍‌ ଏ ଅଭାବରୁ ଅନ୍ଧାରକଣା ରୋଗ ହୋଇଥାଏ। ପାଚିଲା କଦଳୀରେ ଭିଟାମିନ୍‌ ‘ଏ’ର ପରିମାଣ ଅଧିକ ଥାଏ। ନିୟମିତ ପାଚିଲା କଦଳୀ ଖାଇଲେ ଅନ୍ଧାରକଣା କିଂବା ଦୃଷ୍ଟିହୀନତାରେ ପଡ଼ିବା ଆଶଙ୍କା କମେ। ଏହା ଛଡ଼ା, କଦଳୀର କାରୋଟିନଏଡ୍‌ ଉପାଦାନ ମଧ୍ୟ ଦୃଷ୍ଟି ଶକ୍ତିକୁ ତୀକ୍ଷ୍‌ଣ କରାଇବାରେ ସହାୟକ ହୋଇଥାଏ।