ରୋଷେଇ ଘରେ ଆମେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରିଥାଉ। ସେଥିମଧ୍ୟରୁ ଜେତପତ୍ର ଅନ୍ୟତମ। ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ମସଲା। ତେଜପତ୍ରର ସ୍ୱାଦ ଏବଂ ସୁଗନ୍ଧ ଯୋଗୁ ଏହା ରୋଷେଇରେ ଖୁବ୍ ଅଧିକ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଜମ ପାଇଁ ଏହା ଏହା ଔଷଧ ପରି କାମ କରେ।
ଅନେକ ଗବେଷଣାରୁ ତେଜପତ୍ରର ଉପକାରିତା ବିଷୟରେ ଜାଣିବାକୁ ମିଳିଛି। ଏହି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି କ୍ୟାନସର, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରି ଗୁଣ ରହିଛି। ଅନେକ ପୁଷ୍ଟିକର ଉପାଦାନ ଥିବାରୁ ଏହି ପତ୍ର ସଂକ୍ରମଣ ଏବଂ ଉଚ୍ଚ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ।
ରୋଷେଇ ବ୍ୟତୀତ ଆପଣ ଚା’ରେ ମଧ୍ୟ ଏହି ପତ୍ର ବ୍ୟବହାର କରିପାରିବେ। ମଧୁମେହ ରୋଗୀଙ୍କ ପାଇଁ ପତ୍ର ଖୁବ୍ ଉପକାରୀ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହ ଏଥିରେ ଥିବା ପଲିଫେନୋଲ ରକ୍ତରେ ଶର୍କରା ଓ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
କିଛି ଅନୁସନ୍ଧାନରେ କୁହାଯାଇଛି ଯେ ତେଜପତ୍ର ଏହି କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ବନ୍ଦ କରିପାରେ। ଜୀବାଣୁ ଫୁସଫୁସକୁ ଅଧିକ ଟାର୍ଗେଟ କରନ୍ତି, ଯାହା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜାଏ। ଯଦି ଆପଣଙ୍କର ନିଶ୍ବାସ ନେବାରେ ଅସୁବିଧା ହେଉଛି ତ ଜେତପତ୍ର ପକାଇ ଫୁଟା ପାଣି ପିଅନ୍ତୁ।
ଅନେକ ଲୋକ ତେଜପତ୍ରକୁ ବ୍ୟବହାର କରି କେଶ ଝଡ଼ିବା ସମସ୍ୟାକୁ ବି ଏଡ଼େଇ ପାରିଛନ୍ତି। ବିଶ୍ବାସ କରାଯାଏ ଯେ ତେଜପତ୍ରରେ କେଶ ଧୋଇଲେ କେଶର ଚେର ମଜବୁତ୍ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Untitled-91.jpg)