ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ବିନା କଷ୍ଟରେ ହେବ ମେଦହ୍ରାସ

ବର୍ତ୍ତମାନ ଯୁଗରେ ମେଦବୃଦ୍ଧି ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ମୋଟାପା ବା ମେଦବୃଦ୍ଧି କେବଳ ଆମକୁ ଅଲଗା ଦେଖାଇଥାଏ ତାହା ନୁହଁ ଏହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଏହି ମେଦବୃଦ୍ଧି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୈନିକ ଶୋଇବା ପୂର୍ବରୁ କିଛି ସାଧାରଣ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ଆପଣ ଚୁଟିକିରେ ଆପଣଙ୍କର ମେଦହ୍ରାସ କରିପାରିବେ ।
ନାଇଟ୍‌ ଲାଇଟ୍‌ ବ୍ୟବହାର :
କିଛି ବ୍ୟକ୍ତିଙ୍କର ରାତିରେ ଶୋଇବା ସମୟରେ ଲାଇଟ୍‌ ଲଗାଇ ଶୋଇବା ଅଭ୍ୟାସ ରହିଥାଏ । ଏହା ଦ୍ୱାରା ଆଖିରେ ଆଲୋକ ପଡ଼ିବା କାରଣରୁ ସଠିକ୍‌ ଭାବେ ନିଦ ହୋଇନଥାଏ । ଯାହା ଫଳରେ ନିଦ୍ରହୀନତା ପାଇଁ ମେଦବୃଦ୍ଧି ସମସ୍ୟା ଦେଖାଯାଇଥାଏ । ଏଥି ସହ ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ଶରୀରରେ ମେଲାଟୋନିନ୍‌ ହରମୋନ କମ୍‌ ସୃଷ୍ଟି ହୋଇଥାଏ । ଏଣୁ ସବୁବେଳେ ଘର ଅନ୍ଧାରକରି ଶୋଇବା ଉଚିତ୍‌ ।

punjabkesari

ଏୟାରକଣ୍ଡିସନ୍‌ ଘର:
ଆପଣ ଜାଣିଛନ୍ତି କି ଶୋଇବା ସମୟରେ ଏସିର ବ୍ୟବହାର ଆପଣଙ୍କ ମେଦ ହ୍ରାସରେ ସହାୟକ ହୋଇଥାଏ । ଶୋଇବା ସମୟରେ ଏସିର ତାପମାତ୍ରା କମ୍‌ କରି ଶୋଇବା ଦ୍ୱାରା ପେଟର ମେଦହ୍ରାସ ହୋଇଥାଏ ।
ପ୍ରୋଟିନ୍‌ ସେକ୍‌ :
ରାତି ଖାଇବାରେ ଉପଯୁକ୍ତ ପରିମାଣର ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରନ୍ତୁ ।ଖାସ କରି ଶୋଇବା ପୂର୍ବରୁ ପ୍ରୋଟିନ୍‌ ସେକ୍‌ ଗ୍ରହଣ କରନ୍ତୁ । ଏହା ପାଚନ ପ୍ରକ୍ରିୟା ସକ୍ରିୟ କରିବା ସହ ଅତ୍ୟଧିକ ମେଦକୁ କମ୍‌ କରିବାରେ ସହାୟକ ହୋଇଥାଏ ।

punjabkesari

ଖାଦ୍ୟ ଗ୍ରହଣର ପରେ ଶୋଇବା :
କେବେ ମଧ୍ୟ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଉଚିତ୍‌ ନୁହଁ । ଖାଦ୍ୟ ଗ୍ରହଣ ଏବଂ ଶୋଇବା ମଧ୍ୟରେ କମ୍‌ସେ କମ୍‌ ୨ ଘଣ୍ଟାର ବ୍ୟବଧାନ ରଖିବା ଦରକାର । ଏହା ଦ୍ୱାରା ଓଜନ କମ୍‌ ହେବା ସହ ପାଚନ ପ୍ରକ୍ରିୟା ସଠିକ୍‌ ଭାବେ ହୋଇଥାଏ ।

ସମ୍ବନ୍ଧିତ ଖବର