ଖରା ଦିନେ ଏହି ସବୁ ପାନୀୟ ଅଂଶୁଘାତରୁ ରକ୍ଷା କରୁଥିଲେ ବି ଶରୀରକୁ କ୍ଷତି ପହଞ୍ଚାଇଥାଏ

ଖରାଦିନ ଆସିବା ମାତ୍ରେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି । ଖରାଦିନେ ଶରୀରରୁ ଜଳୀୟଅଂଶ କମି ଯାଉଥିବାରୁ ଅଧିକ ମାତ୍ରାରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ । କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କ ଶରୀର ପାଇଁ ଲାଭଦାୟକ କି ନୁହଁ, ତାହା ଆପଣ ଜାଣିଛନ୍ତି କି? କିଛି କିଛି ପାନୀୟରେ କେଫିନ୍‌ ଏବଂ ଚିନିର ଅଂଶ ଅଧିକ ରହିଥାଏ, ଯାହାକୁ ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଖରାଦିନେ ପିଉଥିବା ସେଭଳି କିଛି ପାନୀୟ ବିଷୟରେ ଜଣାଇବୁ ଯାହାକୁ ପିଇଲେ ଆପଣଙ୍କ ଶରୀରକୁ ହାନି ପହଞ୍ଚିଥାଏ ।
୧.ବଜାରରେ ମିଳୁଥିବା ଲେମୋନେଡରେ ସୋଡ଼ା ଭଳି ମିଠା ଜିନିଷ ମିଶା ଯାଇଥାଏ । ଗୋଟେ ଗ୍ଲାସ ଲେମୋନେଡରେ ୧୦୦ କ୍ୟାଲୋରୀ ରହିଥାଏ, ଯାହା ଶରୀର ପାଇଁ ହାନିକାରକ ।
୨.ଖରାଦିନେ ବାହାରେ ବୁଲି ଲୋକମାନେ ଥକି ଯାଉଥିବାରୁ ଏନର୍ଜିି ଡ୍ରିଙ୍କ ପିଇଥାନ୍ତି, ଯାହା ଦ୍ୱାରା ଶରୀରକୁ ସଙ୍ଗେ ସଙ୍ଗେ ଶକ୍ତି ମିଳିଥାଏ । କିଛି ଲୋକ ନଖାଇ ଏହାକୁ ପିଇ ଦିନ ସାରା ରହିଥାନ୍ତି, ଯାହା ଦ୍ୱାରା ନିଦ୍ରାହୀନତା ଭଳି ସମସ୍ୟା ଦେଖା ଯାଇଥାଏ ।

List of Popular Cocktails: 55+ Classics to Try | LoveToKnow

୩.ପାର୍ଟି ହେଉ ବା କୌଣସି ଖୁସିର ମୂହୁର୍ତ୍ତ ଲୋକମାନେ ନିଜର ଖୁସିକୁ ପାଳନ କରିବାକୁ ଯାଇ କକ୍‌ଟେଲ ପାର୍ଟି କରିଥାନ୍ତି । ବିଭିନ୍ନ ପ୍ରକାରର ଡ୍ରିଙ୍କକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ, ଯାହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସେଥିପାଇଁ କକ୍‌ଟେଲ ତିଆରି କରିବାର ଥିଲେ ବିଭିନ୍ନ ପ୍ରକାର ଡ୍ରିଙ୍କକୁ ନ ମିଶାଇ ସାଧା ତିଆରି କରନ୍ତୁ ।
୪. କଫି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ଗତି ବଢ଼ି ଯାଇଥାଏ, ଯାହା ଦ୍ୱାରା ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀରର ଓଜନ ବଢ଼ିବା ସହ ମଧୁମେହ ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର