ଫୋନ୍‌ରେ କଭର ଲଗାଇବାର ସଉକ ରଖିଛନ୍ତି କି ! ତା’ହେଲେ ଏହି ସବୁ ଅସୁବିଧାରେ ପଡ଼ିପାରନ୍ତି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ କଭର ସଉକ ଅଧିକ ଥିବା ଦେଖିବାକୁ ମିଳିଛି। ସ୍ମାର୍ଟଫୋନ୍‌ କିଣିବା ପରେ ୟୁଜର୍ସ ମୋବାଇଲ କଭର ନିଶ୍ଚୟ କିଣି ଥାଆନ୍ତି। ମୋବାଇଲ କଭର ଫୋନ୍‌କୁ କ୍ଷତି ହେବାରୁ ବଞ୍ଚଇଥାଏ । ମୋବାଇଲ କଭରର ଯେତିକି ଫାଇଦା ଅଛି ସେତିକି କ୍ଷତି ମଧ୍ୟ ଅଛି।

ଫୋନରେ ମୋବାଇଲ କଭର ଲାଗିଥିଲେ, ଫୋନ୍‌ ଗରମ ହୋଇଯାଏ ଓ ଯେବେ ଏଥିରୁ କଲ୍‌ କରାଯାଏ ଫୋନ୍‌ର ଉତ୍ତାପ ଆମ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଥାଏ। କେବଳ ଏତିକି ନୁହେଁ, ଫୋନ୍‌ରେ କଭର ଲଗାଇଲେ ମୋବାଇଲର ରେଡିଏସନ୍‌ ମାତ୍ରା ବଢ଼ି ଯାଏ । ଏହା ଶରୀର ପକ୍ଷେ ବହୁତ କ୍ଷତିକାରକ ହୋଇପାରେ ।

ମୋବାଇଲ ଖରାପ ହୋଇପାରେ :ଏହା ଦ୍ୱାରା ମୋବାଇଲ ୟୁଜର୍ସଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫୋନ୍‌ ଖରାପ ହେବାର ସମ୍ଭାବନା ଥାଏ ।

ଫୋନ୍‌ର ସ୍କ୍ରିନ୍‌କୁ ପହଞ୍ଚିପାରେ କ୍ଷତି : ବେଳେବେଳେ କଭର ଏତେ ସକ୍ଷମ ନ ଥାଏ ଯେ ଫୋନ୍‌ ପଡିଯିବାପରେ ତାକୁ ଭାଙ୍ଗିବାରୁ ବଞ୍ଚାଇପାରିବ ।

ଫୋନ୍‌ ହୋଇପାରେ ଓଭରହିଟ୍‌ : କିଛି ଏମିତି ମୋବାଇଲ କେସ୍‌ ଥାଏ ଯାହା ଖରାପ ଗୁଣାତ୍ମକ ମାନର ପ୍ଲାଷ୍ଟିକରେ ତିଆରି ହୋଇଥାଏ । ଏହା ଦ୍ୱାରା ଫୋନ୍‌ ବ୍ୟାଟେରୀ ଉପରେ ପ୍ରଭାବ ପଡିପାରେ । ଏହା ଦ୍ୱାରା ଫୋନ୍‌ ଗରମ ହୋଇଯାଏ ଓ ସେଥିରେ ନିଆଁ ଲାଗିବାର ସମ୍ଭାବନା ବି ଥାଏ ।

ସିଗନାଲକୁ ବ୍ଲକ୍‌ କରିଦିଏ : କିଛି ସ୍ମାର୍ଟଫୋନ୍‌ ନେଟୱର୍କ କ୍ୱାଲିଟି ଉପରେ ପ୍ରଭାବ ପକାନ୍ତି । ଯଦି ଫୋନ୍‌ରେ କେସ୍‌ ଲାଗିଥାଏ, ତେବେ ଫୋନ୍‌ ରେ ନେଟୱର୍କର ବହୁତ ଅସୁବିଧା ହୋଇଥାଏ ।

ସମ୍ବନ୍ଧିତ ଖବର