ଜାଣନ୍ତୁ , କିପରି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ ଭୁର୍ସୁଙ୍ଗ ପତ୍ର

ତ୍ୱଚା:-ଯଦି ଆପଣଙ୍କ ତ୍ୱଚାରେ ବ୍ରଣଜନିତ ସମସ୍ୟା ରହିଛି ତ,ତେବେ ଆପଣ ଭୁର୍ସୁଙ୍ଗ ପତ୍ର ଓ ହଳଦୀର ପେଷ୍ଟ କରି ଚେହେରାରେ ଲଗାନ୍ତୁ। ଏଥିସହିତ ଯେଉଁ ଯେଉଁ ସ୍ଥାନରେ ଆପଣଙ୍କର ବ୍ରଣ ହୋଇଛି କେବଳ ସେହିଠାରେ ହିଁ ଆପଣ ଏହାର ପେଷ୍ଟ୍‍କୁ ଲଗାନ୍ତୁ।ଏଥିସହିତ ଏହି ପେଷ୍ଟ୍‍ଟି ଶୁଖିଗଲା ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡା ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ ।କିଛି ଘଣ୍ଟା ପରେ ହିଁ ଆପଣଙ୍କୁ ଫରକଟି ନଜର ଆସିବ । ହେଲେ ଯଦି ଆପଣ ସୁସ୍ଥ ତ୍ୱଚା ପାଇବାକୁ ଚାହୁଁଛନ୍ତି ,ତେବେ ଆପଣ ଭୁର୍ସୁଙ୍ଗ ପତ୍ର,ମୁଲ୍‌ତାନି ମାଟି ଏବଂ ଗୋଲାପ ଜଳର ପେଷ୍ଟ୍‍ ପ୍ରସ୍ତୁତ କରି ସଂପୂର୍ଣ୍ଣ ଚେହେରାରେ ଲଗାଇ ଦିଅନ୍ତୁ।ଏହାପରେ ଉକ୍ତ ପେଷ୍ଟ୍‍ଟି ଶୁଖିଗଲାପରେ ଆପଣ ଏହାକୁ ଧୋଇ ଦିଅନ୍ତୁ। ତେବେ ଏହିପରି ଭାବରେ କିଛି ଦିନ କରିବା ପରେ ହିଁ ଆପଣଙ୍କୁ ଏହାର ସୁଫଳ ମିଳିବ।

କେଶ :-ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ରହିଥାଏ ,ତେବେ ଆପଣ କିଛି ଭୁର୍ସୁଙ୍ଗ ପତ୍ରର ପେଷ୍ଟ୍‍ ପ୍ରସ୍ତୁତ କରି ସେଥିରେ କିଛି ମାତ୍ରାରେ ଖଟା ଦହିକୁ ମିଶ୍ରଣ କରନ୍ତୁ।ଏହାପରେ ଆପଣ ଏହାର ପେଷ୍ଟ୍‍କୁ ଆପଣଙ୍କ କେଶରେ ଲଗାଇ ଅଧଘଣ୍ଟା ଯାଏଁ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଏହାକୁ ସାମ୍ପୁ ସାହାଯ୍ୟରେ ଧୋଇ ଦିଅନ୍ତୁ।ତେବେ ଏହାର ଭଲ ଫଳ ପାଇବାକୁ ହେଲେ ଆପଣଙ୍କୁ ଏହି ଉପାୟର ପ୍ରୟୋଗ ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।

ସମ୍ବନ୍ଧିତ ଖବର