ବିୟୁଟି ଟିପ୍ସ : ଖରାଦିନ କେଶ ଡ୍ରାଏ ହେବା ଓ ଫଙ୍ଗସ ସମସ୍ୟା

କଟକ: ମହିଳା ହେଉ ବା ପୁରୁଷ, କେଶ ଡ଼୍ରାଏ ହେବା ସହ ଚୁଟି ଫାଟିବା, ଝଡ଼ିବା କାରଣ ଯୋଗୁଁ ସମସ୍ତେ ଚିନ୍ତିତ ହୋଇ ପଡିବା ସହ ବିଭିନ୍ନ ପ୍ରକାର ଜିନିଷ ଏଥିପାଇଁ ବ୍ୟବହାର କରିଥାନ୍ତି। ହେଲେ କେତେକ ଏଥିରୁ ଉପକୃତ ହେଉଥିବା ବେଳେ ଅନେକ ନିରାଶ ହୋଇଥାନ୍ତି। ହେଲେ ଏହି ସମସ୍ୟାର ସମାଧାନ ଘରୋଇ ଉପଚାରରେ, କମ ଖର୍ଚ୍ଚ ଓ ଅଳ୍ପ ସମୟରେ ସମ୍ଭବ ହୋଇପାରିବ। ନିଜ କେଶର ପ୍ରକାର ଅନୁଯାୟୀ ଏହାର ଉପଚାର କରିବାକୁ ପଡିବ। ମିଡ଼ିୟମ କେଶ ପାଇଁ ଗୋଟେ ଚାମଚ ରିଠା ମଞ୍ଜି ହେଉ ବା ଗୁଣ୍ତ ସହ ଗୋଟେ ଚାମଚ ଶିକାକାୟ, ଗୋଟେ ଚାମଚ ମେଥିକୁ ଏକ ପାତ୍ରରେ ପାଣିରେ ବତୁରାଇ ରଖିବେ। ଏବଂ ସକାଳେ କେଶକୁ ପ୍ରଥମେ ‌ହାଲୁକା ଓଦା କରି ଏହି ବତୁରା ହୋଇଥିବା ସାମଗ୍ରୀର କିଛି ପରିମାଣକୁ କାଢି ସେଥିରେ ଅଳ୍ପ ପାଣି ମିଶାଇ ଚୁଟିରେ ଶିରା ଶିରା କରି ଲଗାଇ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ଚୁଟିକୁ ଭଲ ଭାବେ ଧୋଇନେଇ ପୁଣି ଥରେ ବାକିଥିବା ବତୁରା ସମାଗ୍ରୀକୁ ଅଳ୍ପ ପାଣି ମିଶାଇ ପୂର୍ବ ଭଳି ଚୁଟିରେ ଶିରା ଶିରା କରି ଲଗାଇ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖି ପରେ ଚୁଟିକୁ ଭଲ ଭାବେ ଧୋଇ ନେବେ।

Sambad

ଏହାକୁ ସପ୍ତାହକୁ ୨ ଥର ‌କରିବେ। ସେହିଭଳି ଚୁଟି ମୂଳ ଫାଟିବା ଓ ଚୁଟି ଝଡ଼ିବା ପାଇଁ ନିଜ ଚୁଟି ଅନୁଯାୟୀ ଯଥା ମିଡ଼ିୟମ ଚୁଟି ପାଇଁ ଗୋଟେ ଚାମଚ ଘିକୁଆଁରୀ ରସ, ଗୋଟେ ଚାମଚ ମହୁ ବା ନଡ଼ିଆ ତେଲ ଓ ଗେ‌ାଟେ ଚାମଚ ସାମ୍ପୋକୁ ଏକ ପାତ୍ରରେ ମିଶାଇ ଚୁଟିରେ ଶିରା ଶିରା କରି ଲଗାଇ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ ଓ ପରେ ଚୁଟିକୁ ଭଲ ଭା‌େବ ଧୋଇଦେବେ। ଏହାକୁ ମଧ୍ୟ ସପ୍ତାହକୁ ଦୁଇ ଥର କରିବା ଜରୁରୀ। ଏହାସହ ଚୁଟିରେ ଫଙ୍ଗସ ସମସ୍ୟ ପାଇଁ ୨୫ ପ୍ରତିଶତ ସାଭ‌୍‌ଲନ୍‌ ଲୋସନ ଓ ୭୫ ପ୍ରତିଶତ ପାଣିକୁ ଭଲ ଭାବେ ମିଶାଇ ଚୁଟିରେ ଶିରା ଶିରା କରି ଅଧା ମିଶ୍ରଣକୁ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ଲଗାଇ ରଖି ପରେ ଚୁଟିକୁ ଧୋଇ ନେବେ ଏବଂ ପରେ ବାକି ଥିବା ଅଧା ମିଶ୍ରଶକୁ ପୂର୍ବପରି ଚୁଟିରେ ଶିରା ଶିରା କରି ଲଗାଇ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ ଓ ଚୁଟିକୁ ଭଲ ଭାବେ ଧୋଇ ନେବେ। ଏହାକୁ ସପ୍ତାହକୁ ୨ ଥର କରିବା ଅତ୍ୟନ୍ତ ଜରୁରୀ। ଫଳରେ ଚୁଟିରେ ଫଙ୍ଗସ ସମସ୍ୟା ହେବ ନାହିଁ।

-ଲିଟିଲ୍ ବୋଷ, ବିଉଟିସିଆନ୍‌, ପ୍ରଭାସ ୨ ପାର୍ଲର; ନୂଆପଡ଼ା

ସମ୍ବନ୍ଧିତ ଖବର