କଟକ: ମହିଳା ଓ ପୁରୁଷ ସଭିଏଁ ନିଜ ଚେହେରା ପାଇଁ ବ୍ୟସ୍ତ ହୋଇଥାନ୍ତି। ଖାସ କରି ଖରା ଦିନେ ମୁହଁ ଡ଼୍ରାଏ ହେବା, ମୁହଁରେ ଦାଗ ଆସିବା ଓ ସୂର୍ଯ୍ୟ କରିଣ ଯୋଗୁଁ ମୁହଁ ସିଝିଜିବା ଭଳି ସମସ୍ୟା ଦେଇ ସ‌ମସ୍ତେ ଗତି କରିଥାନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଣାଳୀ ଆପଣାଇଥାନ୍ତି ସ‌ମସ୍ତେ। ହେଲେ ଘରେ ରହି ଘରୋଇ ସାମଗ୍ରୀ ବ୍ୟବହାର କରି ଏହି ସମସ୍ୟାରୁ ଦୂରେଇ ରହି ପାରିବା। ଗୋଟେ ଚାମଚ କଞ୍ଚା କ୍ଷୀରରେ ଅଧ ଚାମଚରୁ କମ ଖାଇବା ଲୁଣ ମିଶାଇ ମୁହଁରେ ଲଗାଇବେ। ଖରାଦିନେ ପ୍ରତିଦିନ ଖରାରୁ ଘରକୁ ଫେରିବା ମାତ୍ରେ ଏହାକୁ ମୁହଁରେ ଲଗାଇବେ। ଫଳରେ ଏହା ଦ୍ବାରା ମୁହଁରେ ଟ୍ୟାନ ସମସ୍ୟା ଦେଖାଦେବ ନାହିଁ। ସେହିଭଳି ଖରାରୁ ଆସିଲେ ଦୁଇ ଚାମଚ ଦହିରେ ୧୦ ବୁନ୍ଦା ଲେମ୍ବୁ ରସ ପକାଇ ମୁହଁକୁ ପ୍ରତିଦିନ ‌ଭଲ ଭାବେ ପୋଛିବେ। ସେହିପରି ଗୋଟିଏ ଘିକୂଆଁରି ପତ୍ରର ରସକୁ ବାହାର କରି ସେଥିରେ ଗୋଟିଏ ଚାମଚ ମହୁ ଓ ୩ ରୁ ୪ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ଏହାକୁ ସନ୍ଧ୍ୟାବେଳେ ମୁହଁରେ ଲଗାଇବେ ଏବଂ ସପ୍ତାହକୁ ତିନି ଥର କରିବେ। ‌

Advertisment

ସେହିପରି ଫ୍ରିଜରେ ଥିବା ଆଇସ୍‌ ଟ୍ରେଏ‌ର ୧୨ଟି କ୍ୟୁବ୍‌ରେ ଦୁଇ ଦୁଇଟି କ୍ୟୁବରେ ଗୋଲାପ ଜଳ, ପୋଦିନା ପତ୍ର, ଗ୍ରୀନ୍‌ ଟି, କାକୁଡ଼ି ରସ, ତୁଳସୀ ପତ୍ର, ଟମାଟୋ ରସକୁ ସପ୍ତାହର ଆରମ୍ଭରୁ ଗୋଟେ କ୍ୟୁବ ସକାଳେ ଓ ଅନ୍ୟ କ୍ୟୁବଟିକୁ ସନ୍ଧ୍ୟାରେ ମୁହଁରେ ଲଗାଇବେ। ଏହା ଟୋନର ଭାବେ କାମ ଦେ‌ବ। ଏହାକୁ ଲଗାଇଲେ ଏହା ମୁହଁକୁ ଚମକାଇବା ସହ ମୁହଁରେ ଦାଗ ସମସ୍ୟା ଦୂର କରାଇଥାଏ।

ଏହି ପକ୍ରିୟାକୁ ସବୁଦିନ କରିବା ଉଚିତ୍‌। ଏବଂ ଶେଷରେ ମୁହଁରେ ପ୍ୟାକ୍‌ ଭାବେ କମଳା ଚୋପାକୁ ଭଲ ଭାବେ ଗୁଣ୍ତ କରିବେ ଓ ଗୋଟେ ଚାମଚ ବେସନ ଗୁଣ୍ତ ସେଥିରେ ଗୋଟେ ଚାମଚ ଦହି ସହ ଅଧ ଚାମଚ ଗୋଟା ହଳଦୀ ଗୁଣ୍ତକୁ ମିଶାଇ ମୁହଁରେ ୨୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ମୁହଁକୁ ହାଲୁକା ଭାବେ ମସାଜ କରିବେ। ପରେ ମୁହଁକୁ ଭଲ ଭାବେ ଧୋଇ ନେଇ ବଜାରରେ ମିଳୁଥିବା କୌଣସି ବି କ୍ରମିକୁ ଲାଗାଇ ନେବେ। ଏହା କରିବା ଦ୍ବାରା ଖରାଦିନେ ମୁହଁ ଡ଼୍ରାଏ ନ ହେବା ସହ, ମୁହଁରେ ଚମକ ଆସିଥାଏ।
ମିନର୍ଭା ଧଳ, ବିଉଟିସିଆନ