ବିୟୁଟି ଟିପ୍ସ: ଖରା ଦିନେ ହାତ ତ୍ବଚାର ଯତ୍ନ

ଖରା ଦିନେ କେମିତି ନେବେ ହାତ ତ୍ବଚାର ଯତ୍ନ?

କଟକ: ସାଧାରଣତଃ ଖରାଦିନେ ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ରହିଥାଏ। ଖରାରେ ବାହାରକୁ ଗଲେ ସୂର୍ଯ୍ୟ କିରଣ ଯୋଗୁଁ ହାତ କଳା ପଡ଼ିଯାଏ। ଯାହା ଫଳରେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସି ଥିବା ହାତର ଅଂଶର ରଙ୍ଗ ଶରୀର ରଙ୍ଗ ଠାରୁ ଅଲଗା ଦେଖା ଯାଇଥାଏ। ଏହି ଦାଗରୁ ବଞ୍ଚିବା ପାଇଁ ମେନିକ୍ୟୁର କରିବା ଅତ୍ୟନ୍ତ ଜରୁରୀ ହୋଇ ପଡେ। ଏହି ମେନିକ୍ୟୁର କରିବାର ଘରୋଇ ଉପଚାର ମଧ୍ୟ ରହିଛି। ଯାହାକି ଅଳ୍ପ ସମୟ ମଧ୍ୟରେ ହାତର ରଙ୍ଗ ଚମକାଇବାରେ ସହାୟକ ହୋଇଥାଏ। ‌ଘରେ ମେନିକ୍ୟୁର କରିବା ପାଇଁ ଏକ ପାତ୍ରରେ ୧ ରୁ ୨ ଲିଟର ପାଣି ନେଇ ପ୍ରଥମେ ପାଣିକୁ ଉଷୁମ କରନ୍ତୁ। ସେଥିରେ ୫-୬ ବୁନ୍ଦା ଲେମ୍ବୁ ରସ ସହ ‌ଗୋଟିଏ ଚାମଚ ବେକିଙ୍ଗ ପାଉଡର ଓ ଗୋଟିଏ ଚାମଚ ସାମ୍ପୋ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଦେବା ପରେ ସେହି ଉଷୁମ ପାଣିରେ ହାତର କହୁଣୀ ପର୍ଯ୍ୟନ୍ତ ଅଂଶକୁ ୫ ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ତା’ ପରେ ହାତକୁ ପାଣିରୁ ବାହାର କରି ଆଣନ୍ତୁ। ଅନ୍ୟ ଏକ ପାତ୍ରରେ ଗୋଟିଏ ଚାମଚ ବେକିଙ୍ଗ ସୋଡ଼ା ସହିତ ଦୁଇ ଚାମଚ ଲେମ୍ବୁ ରସକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ।

Sambabea

ସେହି ମିଶ୍ରଣକୁ ହାତରେ ଲଗାଇ ସ୍କ୍ରବ ବା ମସାଜ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ କରନ୍ତୁ। ମସାଜ କରି ପୂର୍ବରୁ ହାତ ବୁଡ଼ାଇ ରଖିଥିବା ଉଷୁମ ପାଣିରେ ପୁଣି ଥରେ ହାତକୁ ବୁଡ଼ାଇ ଭଲ ଭ‌ାବେ ଧୋଇ ହାଲୁକା ଭାବେ ହାତକୁ ପୋଛି ନିଅନ୍ତୁ। ଏବଂ ପରେ ଗୋଟିଏ ଘିକୁଆଁରି ପତ୍ରର ରସକୁ ଏକ ପାତ୍ରରେ ବାହାର କରି ସେଥିରେ କୌଣସି ବି ମସାଜ କ୍ରିମ ମିଶାଇ ହାତରେ ଲଗାଇବା ଦ୍ବାରା ଏହା ହାତର ତ୍ବଚାରେ ଚମକ ଆଣିଥାଏ। ଏହା ସହିତ ଖରାରେ ଘରୁ ବାହାରିବା ବେଳେ ହାତରେ ଗ୍ଲୋବ୍ସ ପିନ୍ଧିବା ଅଭ୍ୟାସ ରଖିବା ବି ଉଚିତ।

ଗୀତାରାଣୀ ମହାନ୍ତି, ବିଉଟିସିଆନ

ଗ୍ଲୋରୀ ବିଉଟି କେୟାର, ଝାଞ୍ଜିରୀମଙ୍ଗଳା

ସମ୍ବନ୍ଧିତ ଖବର