ପାଚିଲା କଦଳୀ ସାହାଯ୍ୟରେ ଆପଣଙ୍କ ତ୍ୱଚାକୁ ଦିଅନ୍ତୁ ଏକ ଅଜବ ଚମକ!

ସାଧାରଣତଃ ସମସ୍ତେ ଚାହିଁଥା’ନ୍ତି କି ସେମାନେ କିପରି ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଅଲଗା ଏବଂ ସୁନ୍ଦର ଦେଖାଯିବେ! ଯେଉଁ କାରଣକୁ ନେଇ ସେମାନେ ପାର୍ଲରକୁ ଯିିବା ସହିତ ଗୁଡ଼ାଏ ରାସାୟନିକ ଦ୍ରବ୍ୟର ବ୍ୟବହାର ମଧ୍ୟ କରନ୍ତି। ହେଲେ ବେଳେବେଳେଏହା ସେମାନଙ୍କ ତ୍ୱଚାକୁ ସୁହାଇ ନଥାଏ। ଯାହା ଫଳରେ ସେମାନଙ୍କର ତ୍ୱଚାଟି ଅସୁନ୍ଦର ଦେଖାଯିବାକୁ ଲାଗିଥାଏ। ଆଉ ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା ଦେଖାଇବାକୁ ଚାହୁଁଛନ୍ତି ତ, ତେବେ ଆପଣଙ୍କ ଲାଗି ସରଳ ଉପାୟ ରହିଛି। ଯେଉଁ ଉପାୟରେ କି ଆପଣ ପାର୍ଲର ନଯାଇ, ଘରେ ବସି କେବଳ ପାଚିଲା କଦଳୀର ଉପଯୋଗ କରି ଆପଣଙ୍କର ଫେସିଆଲ୍‌ କରିପାରିବେ! ତେବେ ଆଜି ଆସନ୍ତୁ ଜାଣିବା ପାଚିଲା କଦଳୀ ସାହଯ୍ୟରେ ଫେସିଆଲ୍‌…

ଆବଶ୍ୟକୀୟ ସାମଗ୍ରୀ:
୧- ପାଚିଲା କଦଳୀ।
୨- କଂଚା କ୍ଷୀର।
୩- ଲେମ୍ବୁ ରସ।
୪- ବେସନ।
୫- ମହୁ।
୬- ଅମୁଲ୍‌ ପାଉଡ଼ର୍‌।

YouTube

ପ୍ରଥମ ସୋପାନ: କ୍ଲିଂଜିଙ୍ଗ୍‌
ପ୍ରଥମତଃ ଆପଣ ଏକ ପାତ୍ର ନେଇ ସେଥିରେ ପାଚିଲା କଦଳୀର ପେଷ୍ଟ୍‍କୁ ଏକ ଚମାଚ, କଂଚା କ୍ଷୀର ଏକ ଚାମଚ ଏବଂ ଲେମ୍ବୁର ରସକୁ ଏକ ଚମାଚ ନେଇ ତାହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ମିଶ୍ରଣକୁ ତୁଳା ସାହାଯ୍ୟରେ ଆପଣଙ୍କ ଚେହେରାରେ ଭଲଭାବରେ ଲଗାଇ କରି କ୍ଲିନ୍‌ କରିଦିଅନ୍ତୁ। ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡା ପାଣି ସାହଯ୍ୟରେ ଧୋଇଦିଅନ୍ତୁ।

ଦ୍ୱିତୀୟ ସୋପାନ: ସ୍କ୍ରବିଙ୍ଗ୍‌
ଦ୍ୱିତୀୟରେ ଆପଣ ଏକ ପାତ୍ରରେ ଏକ ଚାମଚ ଚିନିକୁ ନେଇ ସେଥିରେ ଏକ ଏକ ଚାମଚ କରି ବେସନ ଓ କଦଳୀ ପେଷ୍ଟ୍‍ ଏବଂ ଦୁଇ ଚାମଚ କଂଚା କ୍ଷୀରକୁ ନେଇ ମିଶ୍ରଣ କରନ୍ତୁ। ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ୫ ମିନିଟ୍‌ ପର୍ଯ୍ୟନ୍ତ ସର୍‌କ୍ୟୁଲାର୍‌ ମୋସନ୍‌ରେ ସ୍କ୍ରବିଙ୍ଗ୍‌ କରିଲା ପରେ ଥଣ୍ଡାପାଣି ସାହଯ୍ୟରେ ଧୋଇଦିଅନ୍ତୁ।

ତୃତୀୟ ସୋପାନ:ଫେସ୍‌ ପ୍ୟାକ୍‌
ତେବେ ଏନେଇ ଆପଣଙ୍କୁ ଏକ ପାତ୍ରରେ ଦୁଇ ଚାମଚ କଦଳୀର ପେଷ୍ଟ୍‍କୁ ନେଇ ସେଥିରେ ଦୁଇ ଚାମଚ ଅମୁଲ୍‌ ପାଉଡ଼ର୍‌, ଦୁଇ ଚାମଚ କଂଚା କ୍ଷୀର,ଏକ ଚମାଚ ମହୁ ଏବଂ ଏକ ଚାମଚ ଲେମ୍ବୁର ରସକୁ ନେଇ ତାହାକୁ ଭଲ ଭାବରେ ମିଶ୍ରଣ କରିବାକୁ ହେବ। ଏହାପରେ ଆପଣଙ୍କୁ ପ୍ରସ୍ତୁତ ହୋଇଥିବା ଉକ୍ତ ଫେସ୍‌ପ୍ୟାକ୍‌କୁ ଆପଣଙ୍କର ମୁହଁରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ଛାଡ଼ି ଦେବାକୁ ହେବ ଏବଂ ପରେ ଏହାକୁ ଥଣ୍ଡାପାଣିରେ ଧୋଇଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର