ବର୍ତ୍ତମାନ ଅନେକ ବ୍ୟକ୍ତି ନିଜର ସମୟ ବଞ୍ଚାଇବା ପାଇଁ ଅନ୍ଲାଇନ୍ ସପିଂ ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଅନଲାଇନ୍ ରିଟେଲର ଆପ୍ ନିଜର ଗ୍ରାହକଙ୍କୁ ନିଜ ସହ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି । ଏପରିକି 'ଫ୍ଲାସ୍ ସେଲ୍' ନାମରେ ବିଜ୍ଞାପନ ଦେଇ ମାତ୍ର ୨-୩ ଘଣ୍ଟାର ରିହାତି ଅଫର ମଧ୍ୟ ଦେଇଥାନ୍ତି। ଯାହା ପ୍ରତି ଗ୍ରାହାକ ଆକୃଷ୍ଟ ହୋଇ ଦରକାର ନଥିଲେ ମଧ୍ୟ ଅଯଥା ଜିନିଷ କିଣିପକାନ୍ତି।ଏଣୁ ଅନ୍ଲାଇନ୍ ସପିଂ ସମୟରେ କିଛି ନିର୍ଦ୍ଧିଷ୍ଟ ଦିଗ ରହିଛି ଯାହା ପ୍ରତି ଧ୍ୟାନ ଦେଲେ ଆପଣ ଅନ୍ଲାଇନ୍ ଠକେଇରୁ ବଞ୍ଚି ପାରିବେ ।
Free Vector Graphic Downloadପୂଜାପର୍ବ ସମୟରେ ସାଧାରଣତଃ ଲୋକଙ୍କୁ ଅନେକ ପ୍ରକାରର ଜିନିଷ କିଣାକିଣି କରିବାର ରହିଥାଏ। ତେଣୁ ଏହି ସମୟରେ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ଦୋକାନମାନଙ୍କରେ ବିଭିନ୍ନ ପ୍ରକାରର ଉପହାର ସହ ରିହାତି ଅଫର ରହିଥାଏ। ଏପରିକି କ୍ରେଡ଼ିଟ ଓ ଡ଼େବିଟ କାର୍ଡ଼ରେ ରିହାତି ରହିବା ସହିତ ଗୋଟିଏ ଜିନିଷ କିଣିଲେ ଅନ୍ୟଟି ମାଗଣା ଆଦିର ଅଫର ଦିଆଯାଇଥାଏ I କିନ୍ତୁ ଏହି ଅଫର ପଛରେ ଲୁଚିରହିଥାଏ କିଛି ସର୍ତ୍ତ । ଯେପରିକି ୨୦୦୦ ଟଙ୍କାର କିଣିଲେ ମିଳିବ ଆଉ ୨୦୦୦ ଟଙ୍କାର ଜିନିଷ କଣିବାର କୁପନ ଯାହା କେବଳ କିଛି ନିର୍ଦ୍ଧିଷ୍ଟ ଜିନିଷ ଉପରେ ଆଧାର ରହିଥାଏ।
Tech in Asiaଅନେକ ସମୟରେ ଘରକୁ ନୂଆ ଜିନିଷ ଆସିଲେ ପୁରୁଣା ଜିନିଷ ଅଦରକାରି ହୋଇ ଯାଇଥାଏ । ସେଥିପାଇଁ ଆମେ ସବୁବେଳେ ଅନ୍ଲାଇନ୍ କିମ୍ବା ଅଫଲାଇନ୍ରେ ବଦଳ ଅଫର ପାଇଁ ଜଗି ବସିଥାଉ ।କିନ୍ତୁ ଏହା ଦେଖିବାକୁ କେବଳ ଆକର୍ଷିତ ହୋଇଥାଏ। ପ୍ରକୃତରେ ଏହି ଅଫରରେ ବିକ୍ରି ହୋଇ ନଥିବା ଏବଂ ପୁରୁଣା ଜିନିଷକୁ ନୂଆ ପ୍ୟକେଟରେ ଭର୍ତ୍ତି କରି ଗ୍ରାହକଙ୍କୁ ଦିଆଯାଇଥାଏ। ଏଣୁ ଅଦଳବଦଳ ଅଫର କିଛି ଜିନିଷ କିଣି ଆଣୁଥିଲେ ତାହାକୁ ଭଲ ଭାବେ ନିରେଖି ଦେଖନ୍ତୁ ।
TallyPressବିମାନ, ରେଳ କିମ୍ବା ଯାତ୍ରା ଟିକେଟ ଦରରେ ରିହାତି ଅଫର କେବଳ ପର୍ବପର୍ବାଣି ସମୟରେ ଆସେ ତାହା ନୁହେଁ; ବେଳେବେଳେ କିଛି କାରଣ ନଥାଇ ମଧ୍ୟ ଏଥିରେ ରିହାତି ଦିଆଯାଇଥାଏ। କିନ୍ତୁ ଏହି ଅଫର ପଛରେ ଆଉ କିଛି ପ୍ରକୃତ କଥା ରହିଥାଏ। ଅଫରରେ ଦେଖାଯାଉଥିବା ଟିକେଟଦର କେବଳ ବେସ ଫେୟାର ଥିବାବେଳେ, ପରେ ଟ୍ୟକ୍ସ ଲାଗି ଦର ପୂର୍ବ ଭଳି ରହିଥାଏ। କିଛି ସ୍ଥାନରେ ଟିକେଟର ଦର କମ୍ ରହିଥିଲେ ମଧ୍ୟ ସେଠାରେ ଟଙ୍କା ଫେରସ୍ତର ସୁବିଧା ରହି ନଥାଏ।
ଇ-ରିଟେଲର ସଂସ୍ଥା ଗ୍ରIହକଙ୍କର ସମସ୍ତ ସର୍ଚ୍ଚ ଓ ଜିନିଷ ବାଛିବାର ସ୍ୱାଦକୁ ଅନୁସନ୍ଧାନ କରି ରଖିଥାନ୍ତି। ଆମେ ଯେଉଁ ଜିନିଷକୁ ବ୍ୟକ୍ତିଗତ ମନେ କରୁଛୁ , ଆଜିର ଇଣ୍ଟରନେଟ ଦୁନିଆରେ ତାହା ଆଉ ବ୍ୟକ୍ତିଗତ ହୋଇ ରହିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/ScoopWhoop.jpg)