ବେଡରୁମ୍‌ପାଇଁ ବେଡ୍‌ସିଟ୍‌ କିଣିବା ବେଳେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଆପଣ ଦିନ ସାରା ଘରର କାମ କରି ବା ଅଫିସରେ କାମ କରି ଥକି ଯାଆନ୍ତି।ଏହା ପରେ ଟିକେ ଭଲ ନିଦ ଦରକାର କରନ୍ତି।ସେଥିପାଇଁ ଖୋଜନ୍ତି ଶେଯ। ବେଡ ଉପରେ ଶୋଇବା ବେଳେ ପ୍ରଥମ ଆଖିରେ ପଡ଼େ ବେଡ୍‌ସିଟ୍‌।ମନେ ରଖନ୍ତୁ ବେଡସିଟ୍‌ କିଣିବା ବେଳେ କେତେକ କଥା ପ୍ରତି ଧ୍ୟାନ ଦେବା ଉଚିତ। କାରଣ ଆମେ ବେଡ ଉପରେ ଅନେକ ସମୟ ବିତାଉଥାଉ। ଏଣୁ ପ୍ରଥମ କଥା ହେଲା ଯେ,ବେଡ୍‌ସିଟ୍‌ ଆରାମ ଦାୟକ ହେବା ଜରୁରୀ।


ଋତୁ ଅନୁଯାୟୀ ବେଡସିଟ୍‌ର ଚୟନ କରିବା ଆବଶ୍ୟକ। ଯେମିତିକି ଗ୍ରୀଷ୍ମ ଋତୁରେ କଟନ୍‌ ବେଡସିଟ୍‌ ପକାଇବା ଭଲ। କିନ୍ତୁ ଅନ୍ୟ ଋତୁରେ ସିଲ୍‌କ,ସେଟିନ୍‌ ,ଲିନେନ୍‌ ଆଦି ବେଡସିଟ୍‌ ବ୍ୟବହାର କରିପାରନ୍ତି। ଯେଉଁ ବେଡସିଟ୍‌କୁ ପ୍ରତିଦିନ ବ୍ୟବହାର କରୁଛନ୍ତି, ତାକୁ ସହଜରେ ଯେମିତି ଧୋଇ ହେବ,ସେଥିପ୍ରତି ବି ଧ୍ୟାନ ଦେବା ଆବଶ୍ୟକ। ଯଦି କଟନ୍‌ ବେଡସିଟ୍‌ କିଣୁଛନ୍ତି,ତେବେ ତା’ର ଆକାର ଉପରେ ଧ୍ୟାନ ଦିଅନ୍ତୁ। ବେଡରୁମ୍‌ କାନ୍ଥର ରଙ୍ଗକୁ ମ୍ୟାଚ୍‌ କରୁଥିବା ବେଡସିଟ୍‌ ପକାଇଲେ ଘରର ସୁନ୍ଦରତା ବଢିଯାଏ। କେତେକ ସ୍ୱତନ୍ତ୍ର ଅବସର ଲାଗି ଆପଣ ସିଲ୍‌କ ବେଡସିଟ୍‌ ପକାଇ ପାରନ୍ତି। ଏହା ଆପଣଙ୍କ ବେଡରୁମ୍‌କୁ କ୍ଲାସିକ୍ ଲୁକ୍‌ ଦେଇଥାଏ।

ସମ୍ବନ୍ଧିତ ଖବର