କ୍ଷୀର ଅପେକ୍ଷା ବିୟର ପିଇବା ଅଧିକ ଲାଭଦାୟକ !

ନୂଆଦିଲ୍ଲୀ: ମଦ ବା ବିୟର ପିଇବା ଶରୀର ପକ୍ଷେ ହିତକର ହୋଇନଥିବା ସମସ୍ତେ ଜାଣିଛନ୍ତି | ସେଥିପାଇଁ ଛୋଟପିଲା କ୍ଷୀର ପିଇବା ଉପରେ ଅଭିଭାବକ ଗୁରୁତ୍ୱ ଦେଇଥାନ୍ତି | କିନ୍ତୁ ଏବେ ପେଟା( ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ) ଏକ ଅଜବ ତଥ୍ୟ ଉପସ୍ଥାପନ କରିଛି | ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କ୍ଷୀର ପିଇବା ଅପେକ୍ଷା ବିୟର ପିଇବା ସ୍ୱାସ୍ଥ୍ୟ ପକ୍ଷେ ଅଧିକ ହିତକର ସାବ୍ୟସ୍ତ ହୋଇଥାଏ | ପେଟା ପକ୍ଷରୁ କୁହାଯାଇଛି ଯେ ବିୟର ପିଇବା ଦ୍ୱାରା ହାଡ ଶକ୍ତ ହେବା ସହ ଆୟୁ ବଢିଥାଏ |

ପେଟା ପକ୍ଷରୁ ଲୋକଙ୍କୁ କ୍ଷୀର ନ ପିଇବାକୁ ପରାମର୍ଶ ଦିଆଯାଇଛି | କେବଳ ଏତିକି ନୁହେଁ ପେଟ ପକ୍ଷରୁ କ୍ଷୀର ପିଇବା ଦ୍ୱାରା କଣ ସବୁ ରୋଗ ହୋଇଥାଏ ସେ ବାବଦରେ ମଧ୍ୟ କୁହାଯାଇଛି | କ୍ଷୀର ପିଇବା ଦ୍ୱାରା ମେଦ ବହୁଳତା, ଡାଇବେଟିସ ଓ କ୍ୟାନ୍ସର ହୋଇଥାଏ ବୋଲି ପେଟା ପକ୍ଷରୁ କୁହାଯାଇଛି | ପେଟା ଏହି ତଥ୍ୟ ହାଭାର୍ଡ ସ୍କୁଲ ଅଫ ପବ୍ଲିକ ହେଲ୍ଥର ଏକ ରିପୋର୍ଟ ଅନୁସାରେ ପ୍ରକାଶ କରିଛି |

Times Now

ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପେଟାକୁ କିଛି ଲୋକ ପ୍ରଶଂସା କରିଥିବାବେଳେ କିଛି ଲୋକ ସମାଲୋଚନା କରିଛନ୍ତି | ପେଟା ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ବିୟର ପ୍ରସ୍ତୁତି ପାଇଁ ଗହମ, ମକା ଓ ଚାଉଳର ବ୍ୟବହାର ହୋଇଥାଏ | କେବଳ ଏତିକି ନୁହେଁ ବିୟରରେ ଥିବା ୯୦ ପ୍ରତିଶତ ପାଣି ଛଡା ଫାଇବର, କ୍ୟାଲସିୟମ ଓ ଆଇରନ ସମେତ ଶରୀରକୁ ଲାଭ ପହଞ୍ଚାଉଥିବା ପୋଷକ ତତ୍ୱ ମଧ୍ୟ ରହିଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.