ଶୋଇବା ପୂର୍ବରୁ ଶରୀରର ଏହି ଅଂଶରେ ଲଗାନ୍ତୁ ସୋରିଷ ତେଲ, ତା’ପରେ ଦେଖନ୍ତୁ କମାଲ…

ସୋରିଷ ତେଲକୁ ମୁଖ୍ୟତଃ ରୋଷେଇରେ ବ୍ୟବହାର କରାଯାଇଥାଏ । ପୁଣି ଅନେକ ମାଲିସ କରିବା ପାଇଁ ସୋରିଷ ତେଲକୁ ବ୍ୟବହାର କରିଥାନ୍ତି । ଏହି ତେଲରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ୍‌, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ । ଯଦି ଆପଣ ଶୋଇବା ପୂର୍ବରୁ ଏହି ତେଲକୁ ଶରୀରର କିଛି ଅଂଶରେ ଲଗାଇବେ ତେବେ ତାହାର ଫାଇଦା ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ସୋରିଷ ତେଲକୁ ଶରୀରର କେଉଁ ଅଂଶରେ ଲଗାଇବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ ।

୧.ଦିନସାରା କାମ କରି ଆପଣ ଥକି ଯାଉଥିବେ ନିଶ୍ଚୟ । ଘରକୁ ଫେରିବା ପରେ କାମର ଚିନ୍ତା ମୁଣ୍ଡରେ ରହିଥାଏ । ଯାହା ପାଇଁ ଆପଣ ଠିକ୍‌ ଭାବରେ ରାତିରେ ଶୋଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ମୁଣ୍ଡରେ ଶୋଇବା ପୂର୍ବରୁ ଭଲ ଭାବରେ ସୋରିଷ ତେଲ ମାଲିସ କରନ୍ତୁ । ପ୍ରତିଦିନ ଏପରି କଲେ ଦେଖିବେ ଆପଣଙ୍କ ପାଖରେ ଥିବା ଅବସାଦର ସମସ୍ୟା ଦୂରେଇ ଯିବ ।

nari.punjabkesari.in

୨.ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ପେଟ ବିନ୍ଧା କମ ହେବା ସହ ପାଚନକ୍ରିୟା ସମ୍ବନ୍ଧିତ ସମସ୍ୟା ବି ଦୂରରେ ରହିଥାଏ ।

nari.punjabkesari.in

୩. ଯଦି ଆପଣ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ପାଦ ତଳେ ତେଲ ମାଲିସ କରୁଛନ୍ତି ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ଠିକ୍‌ ରହିଥାଏ । ଯଦି ଆପଣଙ୍କୁ ନିଦ ଆସୁ ନାହିଁ ତେବେ ଆପଣ ଏହି ଉପାୟ ଆପଣାଇ ପାରିବେ ।

nari.punjabkesari.in

୪.ଯଦି ଦୀର୍ଘ ଦିନ ପର୍ଯ୍ୟନ୍ତ ଶରୀରରେ ହେଉଥିବା ପୀଡ଼ା ବା କଷ୍ଟ ଦୂର ହେଉ ନାହିଁ । ତେବେ ସୋରିଷ ତେଳକୁ ଭଲ ଭାବରେ ମାଲିସ କରନ୍ତୁ । ବେଳେ ବେଳେ ଶରୀରରେ ହୋଇଥିବା କ୍ଷତ ସ୍ଥାନ ଶୁଖି ନଥାଏ । ଏଭଳି ପରିସ୍ଥିତିରେ ସୋରିଷ ତେଲକୁ କ୍ଷତ ସ୍ଥାନ ନ ଶୁଖିବା ପର୍ଯ୍ୟନ୍ତ ଲଗାନ୍ତୁ ।

ସମ୍ବନ୍ଧିତ ଖବର