ପେଟ ବଢିଯାଉଛି କି ? କମ୍‌ କରିବାଲାଗି ଆପଣାନ୍ତୁ ଏହି ଉପାୟ

ପେଟ ବଢିଯାଉଛି, ଏପରିକି ପେଟରେ ଚର୍ବି ହୋଇଯାଇଛି, ଏମିତିକା କଥା ଆମେ ପ୍ରତିଦିନ ଶୁଣୁଛୁ । କେହି କେହି କହନ୍ତି ଯେ ମୋର ପେଟ ବଡ ହୋଇ ଯାଉଥିବା ହେତୁ ମୋଟା / ମୋଟି ଦିଶୁଛି । ଯଦି ଏଭଳି ଅବସ୍ଥାର ଶିକାର ହୋଇଛନ୍ତି, ତେବେ ଏକ ସାଧାରଣ ଉପାୟ ଦ୍ୱାରା ଆପଣ ନିଜ ସମସ୍ୟାର ସମାଧାନ କରି ପାରିବେ ।
ଏହାର ସରଳ ଉପାୟ ହେଲା ନିଜର ପାକସ୍ଥଳୀ ର ମସାଜ୍‌ କରିବା । ଏହା କରି ପାରିଲେ କେବଳ ଯେ ଜଣଙ୍କର ମୋଟାପା ହ୍ରାସ ହେବ, ତା’ ନୁହେଁ, ବରଂ ଆପଣଙ୍କର ହୃଦ୍‌ଜନିତ ସମସ୍ୟା ବି ଦୂରୀଭୂତ ହୋଇଥାଏ । ଠିକ୍‌ ସେହିପରି କୋଲେଷ୍ଟ୍ରୋଲ୍‌ ଓ ଉଚ୍ଚ ରକ୍ତଚାପଜନିତ ସମସ୍ୟାରୁ ବି ନିଜକୁ ଦୂର ରଖି ହେବ । ଏହା ଆପଣଙ୍କର ହଜମ ବ୍ୟବସ୍ଥା ଓ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ମଧ୍ୟ ସନ୍ତୁଳିତ କରିଥାଏ । ଏବେ ଆସନ୍ତୁ ଜାଣିବା କିପରି ଏହି ମସାଜ୍‌ କରିବେ ।

ପ୍ରଥମେ ନିଜ ପିଠ ଭୂମି ଆଡକୁ ରଖି ଶୁଅନ୍ତି । ତା’ପରେ ନିଜର ହାତକୁ ମାଲିସ କରନ୍ତୁ, ଯେ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ଉତ୍ତପ୍ତ ହୋଇ ନଥାଏ । ତା’ପରେ ନିଜର ହାତକୁ ପେଟର ନାଭି ପାଖକୁ ଆଣନ୍ତୁ । ସେଠାରେ ଗୋଲାକାର ଭାବେ ନିଜର ହାତ ଘଷନ୍ତୁ । ତା’ପରେ ପେଟ ଉପରେ ଚାପ ଦିଅନ୍ତୁ । ମନେ ରଖନ୍ତୁ ହାତର ଗରମ ଯେପରି ନ ଛାଡ଼େ । ପାଖାପାଖି ଦୁଇ ମିିନିଟ୍‌ ଯାଏଁ ପ୍ରାୟ ୪୦ ରୁ ୫୦ ଟି ବୃତ୍ତ କରି ହାତକୁ ବୁଲାନ୍ତୁ । ଏପରିକି ନିୟମିତ ଅଭ୍ୟାସ କରିଲେ, ଆପଣଙ୍କ ପେଟର ଚର୍ବି କମିଯିବ ଓ ମୋଟାପା କମିଯିବ ।

photo-mirror

ତେବେ ମନେରଖନ୍ତୁ ଖାଦ୍ୟ ଗ୍ରହଣ ପରେ ତତ୍‌କ୍ଷଣାତ ଏହି ବ୍ୟାୟାମ କରନ୍ତୁ ନାହିଁ । ଠିକ୍‌ ସେହିପରି ଗର୍ଭାବସ୍ଥାରେ ବି ଏଥିରୁ ନିବୃତ୍ତ ରହିବା ଠିକ୍‌ ହେବ ।

ସମ୍ବନ୍ଧିତ ଖବର