ଏହି ୫ଟି ଯୋଗ ଅଭ୍ୟାସ ଦ୍ବାରା ପେଟରୁ ଚର୍ବି ହ୍ରାସ ସହିତ ଶରୀରକୁ ମିଳିଥାଏ ଏସବୁ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ପେଟରେ ଚର୍ବି ବଢ଼ିବା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହି ସମସ୍ୟାକୁ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ । କାରଣ ଯୋଗ ଶରୀରକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ, ଯାହା ପେଟର ଚର୍ବିକୁ ସହଜରେ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଯେଉଁ ଯୋଗାସନ କଥା କହିବାକୁ ଯାଉଛି ଆପଣ ତାହାକୁ ଘରେ ସୁବିଧାରେ କରି ପାରିବେ। ଆଉ ଏହି ଅଭ୍ୟାସ ଦ୍ବାରା ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପକାଉଛି ତାହା ୧୫ଦିନରେ ନିଜେ ଅନୁଭବ କରିପାରିବେ।

ଯୋଗ ପେଟର ଚର୍ଚିକୁ ହ୍ରାସ କରିବା ସହିତ କୋଷ୍ଠକାଠିନ୍ୟ, ଗ୍ୟାସ ଓ ପେଟ ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ। ତେବେ ସେହି ୫ଟି ଆସନ ମଧ୍ୟରେ ରହିଛି…
୧.ଭୁଜଙ୍ଗାସନ
୨.ନୌକାସନା
୩. ଉଷ୍ଟ୍ରାସନ
୪. ଧନୁରାସନ
୫.ଚକ୍କି ଚଲାନାସନ

ପ୍ରତିଦିନ ଏହି ଯୋଗ ଅଭ୍ୟାସ କରିବା ଦ୍ବାରା ଏହା ପେଟର ଚର୍ବିକୁ ହ୍ରାସ କରିବା ବ୍ୟତୀତ ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ହୃଦୟକୁ ସୁସ୍ଥ ରଖିବା ସହିତ ରକ୍ତ ଚାପ, ଓଜନ ଆଦିକୁ ନିୟନ୍ତ୍ରଣ କରିଥାଏ। ଏଥିସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

 

 

ସମ୍ବନ୍ଧିତ ଖବର