ସାଧାରଣ ଭାବରେ ଆଲମଣ୍ଡ୍ (ପେସ୍ତା ବାଦାମ୍) ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ? ମିନେରାଲ, ଭିଟାମିନ୍ ଏବଂ ଫାଇବରରେ ଭରପୂର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ବ୍ଲଡ୍ ସୁଗାର, ହୃଦ୍ଜନିତ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ସହ ଛୋଟ ପିଲାମାନେ ଏହାକୁ ଖାଇବା ଦ୍ୱାରା ସେମାନେ ଚାଲାକ ହେବା ସହ ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ । ଆସନ୍ତୁ ଜାଣିବା ସବୁଦିନ ଆଲମଣ୍ଡ ଖାଇବା ଦ୍ୱାରା ଆପଣଙ୍କୁ କ’ଣ କ’ଣ ଲାଭ ମିଳିଥାଏ ।
୧.ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ସବୁ ଦିନ ଏହାକୁ ଖାଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିବା ସହ ଆପଣ ସହଜରେ ଚାପଗ୍ରସ୍ତ ହେବେ ନାହିଁ ।

୨.ଏହା ବ୍ଲଡ଼୍ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଫ୍ୟାଟ୍, ଫାଇବର,ପ୍ରୋଟିନ୍ ଏବଂ ମ୍ୟାଗ୍ନେସିୟମ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ୍ର ପରିମାଣ ନିୟନ୍ତ୍ରଣ ହୋଇ ରହିଥାଏ, ଯାହା ବ୍ଲଡ଼୍ ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।
୩. ସବୁଦିନ ଆଲ୍ମଣ୍ଡ ଖାଇବା ଦ୍ୱାରା ଶରୀରରେ ଆଲ୍ଫା-୧ଏଚ୍ଡ଼ିଏଲ୍ ସ୍ତର ବଢ଼ିଥାଏ, ଯାହା ଦ୍ୱାରା ଶରୀରରୁ କୋଲେଷ୍ଟ୍ରଲ ମାତ୍ରା କମିଥାଏ । କୋଲେଷ୍ଟ୍ରଲ କମିବା ଦ୍ୱାରା ଆପେ ଆପେ ହୃଦ୍ଘାତ ହେବାର ଆଶଙ୍କା ମଧ୍ୟ କମି ଥାଏ ।

୪. କଞ୍ଚା ଆଲମଣ୍ଡରେ ଫସ୍ଫରସ୍, ମ୍ୟଗ୍ନେସିୟମ ଏବଂ କ୍ୟାଲ୍ସିୟମ ଥାଏ, ଯାହା ହାଡ଼କୁ ମଜ୍ବୁତ୍ ରଖିବା ସହ ଦାନ୍ତକୁ ମଧ୍ୟ ମଜ୍ବୁତ୍ କରିଥାଏ ।
୫.ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଶୁଷ୍କତା ଦୂର ହୋଇଥାଏ ।
୬. ଖାଦ୍ୟ ଖାଇବା ପରେ ଆଲମଣ୍ଡ ଖାଇବା ଦ୍ୱାରା ଏହା ଖାଦ୍ୟକୁ ହଜମ କରିଥାଏ । ଯାହା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଯାଇ ନ ଥାଏ ।