କୋଷ୍ଠକାଠିନ୍ୟରୁ ଆରମ୍ଭ କରି ମୁଣ୍ଡବିନ୍ଧା ପର୍ଯ୍ୟନ୍ତ ସମସ୍ୟାକୁ ଦୂର କରିଥାଏ ଘିକୁଆଁରି, ଜାଣନ୍ତୁ କିପରି

ସାଧାରଣତଃ ଏଲୋଭରା ବା ଘିକୁଆଁରି ଅନେକଙ୍କ ଘର ଅଗଣାରେ ଦେଖାଯାଇଥାଏ।ଏହାର ଗୁଣ କୌଣସି ମହୌଷଧିଠାରୁ ମଧ୍ୟ କମ୍‌ ହୋଇନଥାଏ। ତେବେ ଏହା ମଧ୍ୟ ସମସ୍ତଙ୍କୁ ଜଣା ଯେ, ଏଲୋଭରା ବା ଘିକୁଆଁରି ବ୍ୟକ୍ତିର ତ୍ୱଚାଜନିତ ସମସ୍ୟା ସାଙ୍ଗକୁ କେଶ ସମସ୍ୟା ଲାଗି ମଧ୍ୟ ଅନେକ ଲାଭପ୍ରଦ ଅଟେ। ହେଲେ କ’ଣ ଆପଣଙ୍କୁ ଜଣା ଅଛି କି କେବଳ ଗୋଟିଏ ଏଲୋଭରା ବା ଘିକୁଆଁରି ସାହାଯ୍ୟରେ ମଧ୍ୟ ଆପଣ ଆପଣଙ୍କ ଠାରେ ଦେଖା ଯାଉଥିବା କୋଷ୍ଠକାଠିନ୍ୟ ସମସ୍ୟା ସାଙ୍ଗକୁ ମୁଣ୍ଡବିନ୍ଧା ଜନିତ ସମସ୍ୟାକୁ ମଧ୍ୟ ଦୂର କରିପାରନ୍ତି ବୋଲି ! ହଁ, ଏହା ସଂପୂର୍ଣ୍ଣ ସତ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଘର ଅଗଣାରେ ରହିଥିବା ଏହି ଏଲୋଭରା ବା ଘିକୁଆଁରିର ଏମିତି କିଛି ଗୁଣ ବିଷୟରେ ଜଣାଇବୁ,ଯାହାର ପ୍ରୟୋଗ କରି ଆପଣ ମଧ୍ୟ ଏଭଳି ସମସ୍ୟାରୁ ରକ୍ଷା ପାଇପାରିବେ!
ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ!……


୧-ଯେଉଁ ଲୋକଙ୍କର ପ୍ରତ୍ୟେକ ମୁଣ୍ଡବିନ୍ଧା ଜନିତ ସମସ୍ୟା ହେଉଛି,ସେମାନେ ଖାଲି ପେଟରେ ଏଲୋଭରାର ଜୁସ୍‌ କରି ସେବନ କରନ୍ତୁ। କାରଣ ଏହା ମୁଣ୍ଡବିନ୍ଧା ଜନିତ ସମସ୍ୟାରୁ ବ୍ୟକ୍ତିକୁ ମୁକ୍ତି ଦେଇଥାଏ।
୨-ସାଧାରଣତଃ ଏଲୋଭରାରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଆକ୍ସିଡ଼େଣ୍ଟ୍‌ ଭରପୂର ମାତ୍ରାରେ ମିଳିଥାଏ, ଯାହାକି ବ୍ୟକ୍ତିଠାରେ ଦେଖା ଯାଉଥିବା କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ।ଏଣୁ ଆପଣ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ।
୩-ଏତଦ୍‌ବ୍ୟତୀତ ଯେଉଁ ଲୋକଙ୍କୁ ଭୋକ ଲାଗୁ ନାହିଁ,ସେମାନେ ବି ଏହାର ସେବନ କରିପାରନ୍ତି। କାରଣ ଏହା ସେହି ଲୋକଙ୍କ ଲାଗି ମହୌଷଧି ଭଳି କାର୍ଯ୍ୟ କରିଥାଏ।

ସମ୍ବନ୍ଧିତ ଖବର