ସେଓଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣମାନେ ଏହାକୁ ନିହାତି ଭାବରେ ଖାଇବା ଆରମ୍ଭ କରିବେ । କିନ୍ତୁ ସେଓ ଫଳ ଖାଇବା ବେଳେ ତା’ର ଚୋପାକୁ ନ କାଟି ଚୋପା ସହ ଖାଇବାର ଅଭ୍ୟାସ କରନ୍ତୁ । ଯାହାଦ୍ୱାରା ସେଓଫଳ ଚୋପାରେ ଥିବା ପୋଷକ ଆପଣଙ୍କ ଶରୀରକୁ ମିଳି ପାରିବ । ତେବେ ଆସନ୍ତୁ ଜାଣିବା ଏହା କେଉଁସବୁ ଶାରୀରିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇଥାଏ...
୧. ସେଓ ଫଳରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ । ଯାହା ସ୍ମରଣ ଶକ୍ତିକୁ ସକ୍ରିୟ କରି ରଖିଥାଏ । ସେଥିପାଇଁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ ।
୨. ଆଜିକାଲି କର୍କଟ ରୋଗ ଅତି ସାଧାରଣ ହୋଇ ଗଲାଣି । ଦେଶରେ ଅଧାରୁ ଅଧିକ ଲୋକ କର୍କଟ ରୋଗର ଶିକାର ହେଉଛନ୍ତି । ସେଥିପାଇଁ ପ୍ରତିଦିନ ସେଓ ଫଳ ନିହାତି ଖାଇବା ଦରକାର । ଏଥିରେ କ୍ୟାଲସିୟମ,ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫ୍ଲାଭୋନଏଡ୍ର ଗୁଣ ରହିଥାଏ । ଯାହା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱକୁ ବଢ଼ିବାକୁ ଦେଇ ନଥାଏ ।
୩. ଦାନ୍ତରେ ହେଉଥିବା କ୍ୟାଭିଟି ସମସ୍ୟାରୁ ସେଓ ଫଳ ମୁକ୍ତି ଦେଇଥାଏ । ଗର୍ଭାବସ୍ଥାରେ ଏହାକୁ ସେବନ କଲେ ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ ।
/sambad/media/post_attachments/7e2c7ae6cff9a971c0d792ed2b8cfa216e27c9f51d86d15fb10ef8b7b12aa230.jpg)
୪. ବଡ଼ ପିଲାମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦୃଷ୍ଟିଶକ୍ତି କମ ହେବାର ସମସ୍ୟା ଦେଖା ଦେଉଛି । ଏହି ସମସ୍ୟାରୁ ନିଜକୁୁ ଦୂରରେ ରଖିବା ପାଇଁ ପ୍ରତିଦିନ ସେଓ ଫଳ ଖାଇବା ଆରମ୍ଭ କରନ୍ତୁ ।