ଖାଲି ପେଟରେ ପିଅନ୍ତୁ ଆପଲ ଟି,ଓଜନ କମ ହେବା ସହ ଶରୀରକୁ ମିଳିବ ଏ ସବୁ ଫାଇଦା

ନିଜକୁ ଫିଟ୍‌ ରଖିବା ପାଇଁ ଆପଣମାନେ ଗ୍ରୀନ୍‌ ଟି ବା ଲେମନ ଟି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ କେବେ ଆପଣ ସେଓଫଳର ଚା’ ବା ଆପଲ ଟି ପିଇଛନ୍ତି କି? ଏହା ଶରୀରକୁ କେଉଁ ସବୁ ସମସ୍ୟାରୁ ରକ୍ଷା କରେ ତାହା ଜାଣିଛନ୍ତି କି? ଯଦି ନା!ତେବେ ଆଜି ଆମେ ଆପଲ ଟିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ । ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଓଜନ କମ ହେବା ସହ ତ୍ୱଚାରେ ଚମକ ଆସିଥାଏ । ଭାରତରେ ଏହାକୁ କମ ବ୍ୟବହାର କରାଯାଉଥିବା ବେଳେ ୟୁରୋପରେ ଏହି ଚା’କୁ ଲୋକମାନେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଆପଲ ଟିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ……

ଏହି ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ ସେଓ,୩କପ ପାଣି,ଗୋଟେ ଚାମଚ ଲେମ୍ବୁ ରସ,ଦୁଇଟି ଟି ବ୍ୟାଗ୍‌ ଏବଂ ଡ଼ାଲଚିନି ପାଉଡ଼ର ନିଅନ୍ତୁ । ଏକ ପାତ୍ରରେ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଗରମ କରନ୍ତୁ । ପରେ ସେଥିରେ ଦୁଇଟି ଟି ବ୍ୟାଗ୍‌ ପକାଇ କିଛି ସମୟ ଫୁଟାନ୍ତୁ । ଫୁଟିବା ସମୟରେ କଟା ହୋଇଥିବା ସେଓଫଳ ସେଥିରେ ପକାନ୍ତୁ । ଏହା ପରେ ସେଥିରେ ଡ଼ାଲଚିନି ପାଉଡ଼ର ପକାନ୍ତୁ । କିଛି ସମୟରେ ଫୁଟାଇବା ପରେ ଆପଣଙ୍କ ଆପଲ ଟି ପ୍ରସ୍ତୁତ ହୋଇଯିବ ।

୧.ଆପଲ ଟିରେ ଭିଟାମିନ୍‌ Cର ପରିମାଣ ଭରପୂର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
୨.ଆପଲ ଟିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ । ଯାହାଦ୍ୱାରା ଫ୍ୟାଟ୍‌ ମଧ୍ୟ କମ ହୋଇଥାଏ ।

Image result for apple tea
lifealth.com

୩.ଆପଲ ଟିରେ ସଲ୍ୟୁବୁଲ ଫାଇବର ଥିବା ହେତୁ ଏହା ପାଚକତନ୍ତ୍ରକୁ ଠିକ୍‌ ରଖିଥାଏ । ଖାଦ୍ୟ ଠିକ୍‌ ଭାବରେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ ।
୪.ଆପଲ ଟି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ସମ୍ବନ୍ଧିତ ଖବର