ନୂଆଦିଲ୍ଲୀ: ହେଙ୍ଗୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଖାଦ୍ୟରେ ପକାଇବା ଦ୍ବାରା ଏହାର ସୁଗନ୍ଧ ବଢ଼ି ଯାଇଥାଏ। ତେବେ ହେଙ୍ଗୁ ବ୍ୟବହାର କରି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବେ।

Advertisment

ପେଟ ସମସ୍ୟା ଦୂର କରିବା ପାଇଁ ହେଙ୍ଗୁ ରାମବାଣ ଭଳି କାମ କରିଥାଏ। ଯଦି ଗ୍ୟାସ୍ ଏବଂ ଏସିଡିଟିର ସମସ୍ୟା ଅଛି ତେବେ ଆପଣ ହେଙ୍ଗୁ ଖାଇ ପାରିବେ। ନାଭିରେ ହେଙ୍ଗୁ ପ୍ରୟୋଗ କରିବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ନାଭିରେ ହେଙ୍ଗୁ ଲଗାଇବା ଦ୍ବାରା ଶରୀରକୁ କେଉଁ ସବୁ ଉପକାର ମିଳିଥାଏ।

ଯଦି ଆପଣ ଦୀର୍ଘ ଦିନ ହେବ ପେଟ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ନାଭିରେ ହେଙ୍ଗୁ ଲଗାନ୍ତୁ। ଏହାଦ୍ବାରା ଆପଣ ପେଟ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏଥିପାଇଁ ପ୍ରଥମେ ଆପଣ ୧ ଚାମଚ ସୋରିଷ ତେଲ ଗରମ କରନ୍ତୁ । ଏହାପରେ ଏଥିରେ ଟିକେ ହେଙ୍ଗୁ ମିଶାଇ ନାଭିରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ମାଲିସ୍ କରନ୍ତୁ । ଏହା ଆପଣଙ୍କୁ ବହୁତ ଆରାମ ଦେବ।

5 Surprising Health Benefits of Asafoetida (Hing) - Tata 1mg Capsules

ନାଭିରେ ହେଙ୍ଗୁ ଲଗାଇଲେ ଆପଣଙ୍କୁ ଗ୍ୟାସରୁ ଆରାମ ମିଳିଥାଏ। ଯେଉଁମାନଙ୍କ ଖଟା ଢ଼କାର ଆସିଥାଏ, ସେମାନେ ନାଭିରେ ହେଙ୍ଗୁ ପ୍ରୟୋଗ କରିବା ଦ୍ବାରା ଏହା ଭଲ ହୋଇଯାଇଥାଏ। ଏଥିପାଇଁ କିଛି ଗରମ ପାଣିରେ ହେଙ୍ଗୁକୁ ମିଶାଇ ଭଲ ଭାବରେ ଫେଣ୍ଟନ୍ତୁ। ଏହାପରେ ଏକ ତୁଳା ନେଇ ତାହାକୁ ନାଭିରେ ଲଗାନ୍ତୁ ।

ପ୍ରତିଦିନ ନାଭିରେ ହେଙ୍ଗୁ ଲଗାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏଥିପାଇଁ ଆପଣ ହେଙ୍ଗୁରେ ଟିକେ ଅଲିଭ୍ ତେଲ ମିଶ୍ରଣ କରନ୍ତୁ ଏବଂ ତାପରେ ସେହି ପେଷ୍ଟକୁ ନାଭିରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ । ଆପଣ ଦିନକୁ ଦୁଇଥର ଏହା କରି ପାରିବେ। ଏହା ଆପଣଙ୍କ ପେଟକୁ ଥଣ୍ଡା ରଖିଥାଏ।