ଭିଟାମିନ, ପ୍ରୋଟିନ୍,ପୋଟାସିୟମ,ଫାଇବର,ଫଲିକ୍ ଏସିଡ଼୍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଖୁବ୍ ସହଜରେ ଦୂର ହେବା ସହ କୌଣସି ଶାରୀରିକ ସମସ୍ୟା ଉପୁଜି ନ ଥାଏ । କଦଳୀ ଖାଇବା ପରେ ଶରୀରକୁ ଶକ୍ତି ମିଳିବା ସହ ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କଦଳୀ ଖାଇବାର ଫାଇଦା କ’ଣ?
୧.କଦଳୀରେ ଫାଇବର ଥିବାରୁ ତାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କର କେବେ ବି ପେଟ ଜନିତ ସମସ୍ୟା ଉପୁଜି ନଥାଏ ।
୨.ଓଜନ ବଢ଼ାଇବା ପାଇଁ ପ୍ରତିଦିନ ୨-୩ଟି କଦଳୀ ଖାଇବା ଆରମ୍ଭ କରନ୍ତୁ । କିଛି ଲୋକ ଯେତେ ଖାଇଲେ ବି ନିଜର ଓଜନ ବଢ଼ାଇ ପାରନ୍ତି ନାହିଁ । ସେଥିପାଇଁ ପତଳା ଯୁବକ-ଯୁବତୀମାନଙ୍କୁ ପ୍ରତିଦିନ କଦଳୀ ଖାଇବା ନିହାତି ଆବଶ୍ୟକ ।
୩.ଏଥିରେ ଆଇରନର ପରିମାଣ ଅଧିକ ଥିବାରୁ ଶରୀରରେ ହେଉଥିବା ରକ୍ତର ଅଭାବକୁ ଏହା ଦୂର କରିଥାଏ । ଏନେମିଆର ସମସ୍ୟା ଥିଲେ ପ୍ରତିଦିନ ୨-୩ଟି କଦଳୀ ନିଶ୍ଚୟ ଖାଆନ୍ତୁ ।
/sambad/media/post_attachments/c9db2361b68287b698e588590e1a201da84651a49e5813253ccd7ab41b88387c.jpeg)
୪.କଦଳୀରେ ଭିଟାମିନ୍ ବି-୬ ଅଧିକ ପରିମାଣରେ ଥାଏ, ଯାହା ଦ୍ୱାରା ପ୍ରତିଦିନ କଦଳୀ ଖାଇବା ଦ୍ୱାରା ମସ୍ତିଷ୍କ କ୍ଷୀପ୍ର ହୋଇଥାଏ ।
୫.ଯେଉଁ ଲୋକମାନେ ଅବସାଦଗ୍ରସ୍ତ ରହୁଛନ୍ତି । ସେମାନଙ୍କ ପାଇଁ କଦଳୀ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ଚିନ୍ତା ସୃଷ୍ଟି କରୁଥିବା ହର୍ମୋନକୁ ଶାନ୍ତ କରିଥାଏ, ଯାହାଦ୍ୱାରା ଅବସାଦ କମ ହୋଇଥାଏ ।
୬.କଦଳୀ ଏବଂ କ୍ଷୀରର ମିଶ୍ରଣକୁ ସକାଳେ ଏବଂ ସଂନ୍ଧ୍ୟା ସମୟରେ ଖାଇବା ଦ୍ୱାରା ଧାତୁ ପଡ଼ିବା ସମସ୍ୟା ଦୂର ହୋଇଥାଏ ।