ତ୍ୱଚା ମଳିନ ପଡ଼ି ଯାଇଛି କି! କଦଳୀ ଚୋପାର କରନ୍ତୁ ଏପରି ବ୍ୟବହାର, ଫେରି ପାଇବେ ଔଜ୍ଜଲ୍ୟ

ସାଧାରଣତଃ ଆମେ କୌଣସି ଫଳକୁ ଖାଇସାରିବା ପରେ ତାର ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଫୋପାଡ଼ି ଦେଉଥିବା କଦଳୀ ଚୋପା ଆମ ପାଇଁ କେତେ ଲାଭଦାୟକ ହୋଇଥାଏ। କଦଳୀ ଚୋପାରେ ଅନେକ ପ୍ରକାରର ଭିଟାମିନ୍‌ ତତ୍ତ୍ବ ରହିଥାଏ । ଯାହା ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସକ୍ରିୟ କରିଥାଏ । ଫଳରେ ତ୍ୱଚାରେ ଥିବା କୋଲୋଜେନ୍‌ ଏବଂ ନମନୀୟତା ବଢ଼ିଥାଏ। ଆସନ୍ତୁ ଜାଣିବା କଦଳୀ ଚୋପାର ଫାଇଦା ବିଷୟରେ …

23 Banana Peel Uses: For Skin Care, Hair Health, First Aid, and More

୧. ଖରାରେ ତ୍ୱଚା ଯଦି କଳା ପଡ଼ି ଯାଉଛି ତେବେ କଦଳୀ ଚୋପା ଘଷନ୍ତୁ। ଏପରି କରିବା ଦ୍ଵାରା ତ୍ୱଚାର ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ।

୨. ଯଦି ଆପଣଙ୍କ ଆଖି ତଳେ କଳାଦାଗ ହୋଇଛି ଏବଂ ଆପଣ ଏହାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ କଦଳୀ ଚୋପା ବ୍ୟବହାର କରି ପାରିବେ। ଏଥିପାଇଁ ଆପଣଙ୍କୁ କଦଳୀ ଚୋପାରେ ଥିବା ଫାଇବରକୁ ବାହାର କରି ସେଥିରେ ଗୋଟିଏ ଚାମଚ ଘିଁକୁଆରୀ ରସ‌ ମିଶାଇବାକୁ ପଡ଼ିବ। ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ। ୧୦ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ କଳା ଦାଗ ଦୂର ହୋଇଯିବ।

୩. ତ୍ୱଚାରେ ଔଜ୍ଜଲ୍ୟତା ପାଇଁ ଆପଣ କଦଳୀ ଚୋପା ବ୍ୟବହାର କରିପାରିବେ। ଏଥିପାଇଁ କଦଳୀ ଚୋପାର ମିଶ୍ରଣ ପ୍ରସ୍ତୁତ କରି ଏଥିରେ ବେକିଙ୍ଗ ସୋଡ଼ା ଏବଂ ଟିକେ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ୧୦ ମିନିଟ୍‌ ତ୍ୱଚାରେ ଘଷିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

10 Unusual Ways to Use Banana Peels

୪. ଯଦି ଆପଣଙ୍କ ତ୍ୱଚାରେ ବ୍ରଣ ହୋଇଛି ତେବେ ଆପଣ କଦଳୀ ଚୋପାକୁ ବାଟି ଏଥିରେ ମହୁ ଏବଂ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ। ଦେଖିବେ ଏତଦ୍‌ ଦ୍ୱାର ବ୍ରଣ ସମସ୍ୟାରୁ ମୁକ୍ତି ପାଇ ପାରିବେ।

ସମ୍ବନ୍ଧିତ ଖବର