ଖରାଦିନେ ଉପୁଜୁଥିବା ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରନ୍ତୁ ବେସନ

ସବୁ ଭାରତୀୟଙ୍କ ରୋଷେଇ ଘରେ ବେସନ ଖୁବ୍‌ ସହଜରେ ମିଳି ଯାଇଥାଏ । ଲୋକେ ଏହାକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ବେସନ କେବଳ ପାଟିକୁ ସ୍ୱାଦ ନୁହେଁ ଖରାଦିନେ ତ୍ୱଚାଜନିତ ଅନେକ ସମସ୍ୟାକୁ ଦୂର ମଧ୍ୟ କରିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…..

୧. କିଛି ଲୋକଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହୁଥିବାରୁ ସେମାନେ ଓ୍ଵାକ୍ସିଙ୍ଗ ବା ବ୍ଲିଚିଙ୍ଗ କରାଇଥାନ୍ତି । ଯଦି ଆପଣଙ୍କ ମୁହଁରେ କେଶ ଉଠିବାର ସମସ୍ୟା ରହିଛି, ତେବେ ବେସନରେ ଲେମ୍ବୁ ଏବଂ ପାଣି ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ କେଶ ଉଠିଥିବା ସ୍ଥାନକୁ ଭଲ ଭାବରେ ରଗଡ଼ି ବେସନକୁ ଛଡ଼ାଇ ଦିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ମୁହଁରୁ କେଶ ହଟିଯିବ ।

7 Besan Face Packs for Glowing Skin | Makeupandbeauty.com
Indian Makeup and Beauty Blog

୨. ଖରାଦିନେ ଟ୍ୟାନ୍‌ର ସମସ୍ୟା ଦେଖାଯିବା ଅତି ସାଧାରଣ । ନିଜ ମୁହଁ ବା ଶରୀରର କୌଣସି ଅଙ୍ଗରୁ ଟ୍ୟାନ୍‌ କମ କରିବା ପାଇଁ ଗୋଟେ ଚାମଚ ବେସନରେ କିଛି ହଳଦୀ, ଲେମ୍ବୁୁ ରସ ଏବଂ ପାଣି ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ ।

୩. ବଢ଼ୁଥିବା ପ୍ରଦୂଷଣ ଏବଂ ମେକ୍‌ଅପ୍‌ ପାଇଁ ମୁହଁ ଖରାପ ହୋଇ ଯାଇଥାଏ । ମୃତ କୋଷିକା ଗୁଡ଼ିକ ବଢ଼ି ଯାଉଥିବାରୁ ମୁହଁ କଳା ଦେଖାଯିବାକୁ ଲାଗିଥାଏ । ଏଭଳି ସମସ୍ୟାକୁ ଦୂର କରିବା ପାଇଁ ବେସନରେ କଞ୍ଚା କ୍ଷୀର ମିଶାଇ ଲଗାନ୍ତୁ । ତ୍ୱଚା ଉଜ୍ୱଳ ହେବ ।

ସମ୍ବନ୍ଧିତ ଖବର