କଲରା ଖାଇଲେ ଦୂର ହେବ ଏହି ସବୁ ସ୍ବାସ୍ଥ୍ୟଗତ ସମସ୍ୟା

କଥାରେ ଅଛି ଉତ୍ତମ ଖାଦ୍ୟ ଓ ସୁନିଦ୍ରାର କୌଣସି ବିକଳ୍ପ ନାହିଁ। ଭଲ କରି ଖାଇବା ଓ ଭଲ ଭାବେ ଶୋଇବା ଅଭ୍ୟାସ ରଖିଥିବା ବ୍ୟକ୍ତିମା‌ନେ ପ୍ରାୟତଃ ସୁସ୍ଥ ରହିଥାନ୍ତି। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ବାରା ଶରୀରରୁ ଅନେକ ରୋଗକୁ ଦୂରେଇ ଦେଇ ହୁଏ।

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ନିରାକରଣ ଅସମ୍ଭବ, ମାତ୍ର ଉତ୍ତମ ଜୀବନ ଶୈଳୀ ଆପଣାଇଲେ ଏହି ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ।

ତେବେ ଆପଣ ଯଦି ଏହି ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ କଲରା ଖାଇବା ହେଉଛି ଉତ୍ତମ ଉପାୟ। ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା ବା କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇ ପାରେ।

Karela Juice: Benefits, Side Effects & How to Make It
bebodywise

ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ। ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ।

ଆପଣ କଲରାକୁ ଭଜା ବା ତରକାରି କରି ଖାଇପାରିବେ। ମାତ୍ର ମନେ ରଖନ୍ତୁ ଯଦି କଲରା ଜୁସ୍‌ ବନାଉଛନ୍ତି ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ।

କଲରା ଖାଲି ମଧୁମେହ ନୁହେଁ, କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ। ପ୍ରଚୁର ପରିମାଣର କଲରା ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କର୍କଟ ରୋଗ ହେବାର ଖୁବ୍ କମ୍‌ ସମ୍ଭାବନା ଥାଏ।

କ‌େହି କେହି ଓଜନ ହ୍ରାସ ପାଇଁ ମଧ୍ୟ କଲରା ରସ ପିଇଥାନ୍ତି। କଲରା ରସ ପିଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହେ ବୋଲି ଖାଦ୍ୟ ବିଶେଷଜ୍ଞ ମତ ରଖନ୍ତି।

ସମ୍ବନ୍ଧିତ ଖବର