ନୂଆଦିଲ୍ଲୀ: ସାଧାରଣତଃ ଜଳଖିଆ କିମ୍ବା ସାଲାଡ଼ର ସ୍ୱାଦ ବଢ଼ାଇବା ପାଇଁ ଆମେ କଳାଲୁଣ ବ୍ୟବହାର କରିଥାଉ । ଲୁଣ ଅପେକ୍ଷା କଳାଲୁଣର ସ୍ୱାଦ କିଛି ମାତ୍ରାରେ ଭିନ୍ନ ରହିଥାଏ । ତେବେ ଅଧିକ ଲୁଣ ଶରୀର ପ୍ରତି ହାନିକାରକ ହୋଇଥିବା ବେଳେ କଳାଲୁଣ ହୋଇଥାଏ ଲାଭଦାୟକ । ଏଥିରେ ଥିବା ମିନେରାଲ୍‌ ଶରୀରକୁ ଅନେକ ରୋଗରୁ ଦୂରରେ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ।

Advertisment

publive-image The Health Benefits of Foods, Fruits, Vegetables Etc

ପ୍ରତିଦିନ ପ୍ରାତଃ ସମୟରେ ହାଲୁକା ଗରମ ପାଣି ସହ କଳାଲୁଣ ମିଶାଇ ସେବନ କରିବା ଦ୍ୱାରା ମେଦବୃଦ୍ଧି, ଗଳାସମସ୍ୟା , ହାଡ଼ ଜନିତ ସମସ୍ୟାର ସମାଧାନ ହୋଇଥାଏ। କଳାଲୁଣ ହଜମ ପ୍ରକ୍ରିୟାକୁ ଠିକ କରିବା ସହ ଶରୀରର କୋଶିକାଗୁଡ଼ିକୁ ନ୍ୟୁଟ୍ରିୟସ୍‌ ଯୋଗାଇଥାଏ। ଏଥିେରେ ଭରପୂର ମାତ୍ରାର ମିନେରାଲ ରହିଥାଏ, ଯାହା ଚିନ୍ତା ମୁକ୍ତ ରହିବାରେ ସାହାଯ୍ୟ କରେ । ଏହାକୁ ଦୈନିକ ସେବନ କରିବା ଦ୍ୱାରା ମେଦ ହ୍ରାସ ହେବା ସହ ଭଲ ନିଦ ମଧ୍ୟ ହୋଇଥାଏ। କଳାଲୁଣକୁ ଉଷୁମ ପାଣି ସହ ପିଇବା ଦ୍ୱାରା ଗଳା ସମ୍ପର୍କୀତ ରୋଗ ଦୂର ହୋଇଥାଏ । ଏହା ଦ୍ୱାରା ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥାଏ ଯାହା ଦ୍ୱାରା ଶରୀରରେ ରକ୍ତର ପରିମାଣ ସଠିକ ରହିଥାଏ।