ପିଅନ୍ତୁ ହାଡ଼ ସୁପ୍‌, ମିଳିବ ଅନେକ ଫାଇଦା

 

ହାଡ଼ ସୁରୁଆରେ ଜେଲାଟିନ୍‌ ଥିବାରୁ ଅନ୍ତନଳୀ ଅଭ୍ୟନ୍ତରରେ ଥିବା ମ୍ୟୁକସ୍‌ ସ୍ତରକୁ ସୁରକ୍ଷା ଦେବା ସହ ହଜମ କ୍ରିୟାରେ ସାହାଯ୍ୟ କରେ।

 

ଶ୍ୱାସକ୍ରିୟା ଇନ୍‌ଫେକ୍‌ସନ୍‌ ସମୟରେ କୁକୁଡ଼ା ହାଡ଼ ଝୋଳ ପିଇଲେ ଥଣ୍ଡା ରୋଗ ସୃଷ୍ଟିକାରୀ ଶ୍ୱେତରକ୍ତ କଣିକା କମିଯାଇଥାଏ।

 

ହାଡ଼ ଝୋଳରେ ଥିବା ଗ୍ଲୁକୋସାମାଇନ୍‌ ନୂତନ କୋଲାଜେନ୍‌ ବୃଦ୍ଧିକୁ ଉତ୍ସାହିତ କରେ, ଅକାମି ହୋଇଥିବା ଗଣ୍ଠିର ମରାମତି କରେ, ଯନ୍ତ୍ରଣା ଓ ପ୍ରଦାହ କମାଇ ଦିଏ।

 

ହାଡ଼ ସୁରୁଆରେ ଥିବା ଉଭୟ ଜେଲାଟିନ୍‌ ଏବଂ କୋଲାଜେନ୍‌ କେଶ ବଢ଼ାଇବା ସହ ନଖ ଶକ୍ତ ହେବାରେ ସହାୟକ ହୁଏ।

 

ହାଡ଼ ସୁରୁଆରେ ଥିବା କାଲ୍‌ସିୟମ୍‌, ମାଗ୍ନେସିୟମ୍‌ ଏବଂ ଫସ୍‌ଫରସ୍‌ ହାଡ଼ ବଢ଼ାଇବା ଏବଂ ମରାମତି କରିବାରେ ସାହାଯ୍ୟ କରନ୍ତି।

 

ସମ୍ବନ୍ଧିତ ଖବର