ଆମ ଶରୀର ପାଇଁ ଖାଦ୍ୟ ସହିତ ପାନୀୟ ମଧ୍ୟ ଆବଶ୍ୟକ। ଆସନ୍ତୁ ଏମିତି ଏକ ପାନୀୟ ବିଷୟରେ ଜାଣିବା ଯାହା ଆମେ ଘରେ ପ୍ରସ୍ତୁତ କରିପାରିବା। ଘୋଳଦହି ବା ବଟର୍‌ ମିଲ୍‌କ ସାଧାରଣତଃ ପ୍ରତ୍ୟେକଙ୍କ ଘରେ ଖରାଦିନରେ ପ୍ରସ୍ତୁତ କରାଯାଇଥାଏ। ଏହା ପିଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ। ପାଣି, ଦହି,ଲୁଣ ଏବଂ କିିଛି ମସଲାକୁ ନେଇ ସ୍ୱାଦ ଅନୁସାରେ ଘୋଳ ଦହି ପ୍ରସ୍ତୁତ କରାଯାଏ। ଖରାଦିନେ ଏହାକୁ ପିିଇବା ଦ୍ୱାରା ଶରୀର ସକ୍ରିୟ ରହିଥାଏ। ଡିହାଇଡ୍ରେସନ୍‌ରୁ ମଧ୍ୟ ରକ୍ଷା ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ କାଲସିୟମ୍‌ ଥାଏ । କାଲସିୟମ୍‌ ହାଡକୁ ଶକ୍ତ କରିଥାଏ। ଅସ୍ଥିସଂପର୍କିତ ରୋଗ ମଧ୍ୟ ଭଲ କରିଥାଏ। କାଲସିୟମ୍‌ ମାଂସପେଶୀରେ ସଙ୍କୋଚନ ଏବଂ କୋଷ ସଂଚାର କରିବାରେ ସାହାଯ୍ୟ କରିଥାଏ। ଘୋଳ ଦହିରେ ପଡିଥିବା ଅଦା, ଗୋଲମରିଚ ଗୁଣ୍ଡ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
ଘୋଳଦହି ଚର୍ବି ଅଂଶ କମାଇଥାଏ। ସାଧାରଣତଃ ତେଲ କିମ୍ବା ଘିଅ ଖାଦ୍ୟ ନଳୀର ଭିତରେ ପଟେ ଲାଗିଥାଏ।

Advertisment

publive-image FirstCry Parenting

ଏହା ପିଇବା ଦ୍ୱାରା ଆପଣକୁ ସହଜ ଅନୁଭବ କରିପାରିବେ। ଘୋଳଦହି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହା ସବୁଦିନ ପିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଥାଏ। ଏଥିରେ ଥିବା ପ୍ରୋଟିନ୍‌ ପୁରୁଷ ଓ ମହିଳାମାନଙ୍କର ଆବଶ୍ୟକ ହେଉଥିବା ୧୫ ଏବଂ ୧୭ ପ୍ରତିଶତ ପ୍ରୋଟିନ୍‌ ପୂରଣ କରିଥାଏ। ପ୍ରୋଟିନ୍‌ ମାଂସପେଶୀର ବୃଦ୍ଧି, ଟିସୁ ସୃଷ୍ଟି ଆଦି କରିବାରେ ସାହାଯ୍ୟ କରିଥାଏ। ଘୋଳଦହିରେ ଥିବା ଅଦା, ଗୋଲମରିଚ ଗୁଣ୍ଡ ଏସିଡିଟି ପାଇଁ ପେଟରେ ହେଉଥିବା ଜ୍ୱଳନ ଦୂର କରିଥାଏ।

publive-image lep.co.uk

ଘୋଳଦହି ପିଇବା ଦ୍ୱାରା ଖାଦ୍ୟ ଭଲଭାବରେ ହଜମ ହୋଇଥାଏ ଏବଂ ଓଜନ ମଧ୍ୟ ହ୍ରାସ ହୋଇଥାଏ। ଏହା ଶରୀରରେ ବୃଦ୍ଧି ପାଉଥିବା ଖରାପ ବ୍ୟକ୍ଟେରିଆକୁ ନଷ୍ଟ କରିଥାଏ। ଘୋଳଦହି ପିଇବା ଦ୍ୱାରା କ୍ୟାନସର, ଡାଇରିଆ,ଗ୍ୟାସ ୍‌ପାଇଁ ହେଉଥିବା ରୋଗର ସମ୍ଭାବନା କମ୍‌ ହୋଇଥାଏ।
ଏହା ସ୍କିନ୍‌ କ୍ଲିନ୍‌ଜର୍‌ ଭାବେ ମଧ୍ୟ କାମ କରିଥାଏ। ଗୋଟେ ଚାମଚ ଘୋଳଦହି,କିଛି ବୁନ୍ଦା ଆଲମଣ୍ଡ ଅଏଲ ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ମୁହଁରେ ଲଗାଇ ୧୦ ମିନିଟ୍‌ରେ ସଫା କରନ୍ତୁ। ଏହା ଫଳରେ ସ୍କିନ୍‌ ଗ୍ଲୋ କରିଥାଏ।