ହିନ୍ଦୁଧର୍ମରେ କର୍ପୂରକୁ ଏକ ପବିତ୍ର ବସ୍ତୁ ରୂପେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ମଧ୍ୟ ଏହା ଉପଯୋଗ ହୋଇଥାଏ ।ଏହାସହିତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ କର୍ପୂର ବହୁତ ଲାଭକାରୀ ଅଟେ। ପୂଜା କିମ୍ବା ହୋମ କରିବା ସମୟରେ ଆମେ ଯେତେବେଳେ କର୍ପୂର ଜଳାଇଥାଉ,ସେ ସମୟରେ ସେଥିରୁ ବାହାରୁଥିବା ଧୂଆଁ ସେଠାରେ ରହିଥିବା ସମସ୍ତ ନକରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ। । ଆମେ ଆପଣଙ୍କୁ କର୍ପୂରର ଏପରି କେତେକ ଉପକାରିତା ବିଷୟରେ ଜଣାଇବୁ ଯାହାକି ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ।
୧-ଗୃହରେ ଶାନ୍ତି ବାତାବରଣ ଲାଗି : ଆପଣ ଯଦି ଘରେ ସକାରାତ୍ମକ ଶକ୍ତି ଓ ଶାନ୍ତିର ବାତାବରଣ ଚାହୁଁଛନ୍ତି ତ,ତେବେ ସକାଳ ଓ ସନ୍ଧ୍ୟାର ପୂଜା ସମୟରେ କର୍ପୂରକୁ ଘିଅ ସହିତ ଭିଜାଇ ଜଳାନ୍ତୁ ଏବଂ ସଂପୂର୍ଣ୍ଣ ଘରେ ଏହାର ବାସ୍ନାକୁ ଖେଳାଇବାକୁ ଛାଡ଼ିଦିଅନ୍ତୁ। ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିକୁ ଖରାପ ସ୍ୱପ୍ନ ଆସି ନ ଥାଏ ଓ ଘରେ ମଧ୍ୟ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବୈଜ୍ଞାନିକମାନେ ମଧ୍ୟ ଏହା ପ୍ରମାଣ କରିସାରିଲେଣି ଯେ କର୍ପୂରର ସୁଗନ୍ଧରେ ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁ ନଷ୍ଟ ହୋଇଯାଇଥା’ନ୍ତି ଓ ବାତାବରଣ ବି ଶୁଦ୍ଧ ହୋଇଥାଏ।
୨-ବିବାହରେ ସମସ୍ୟା ଲାଗି ରହୁଥିଲେ: ଯଦି କୌଣସି ବ୍ୟକ୍ତିର ବିବାହରେ ବିଳମ୍ବ ହେଉଥାଏ ବା ତାଙ୍କ ବାହାଘରରେ ସମସ୍ୟା ଉପୁଜୁଥାଏ,ତେବେ ସେ ୩୬ଟି ଲବଙ୍ଗ ଓ ୬ଟି କର୍ପୂରକୁ ନେଇ ସେଥିରେ ହଳଦୀ ଓ ଅରୁଆ ଚାଉଳକୁ ମିଶାଇ ମା’ ଦୂର୍ଗାଙ୍କୁ ଆହୁତି ଦିଅନ୍ତୁ। ଏହା କରିବା ଦ୍ୱାରା ବିବାହ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ଅତିଶୀଘ୍ର ଦୂର ହୋଇଥାଏ ବୋଲି କୁହାଯାଏ।
୩-ଭାଗ୍ୟରେ ପରିବର୍ତ୍ତନ ଲାଗି: ଭାଗ୍ୟକୁ ଚମକାଇବା ହେଲେ ଆପଣ ପ୍ରତ୍ୟେହ ଆପଙ୍କ ଗାଧୁଆ ପାଣିରେ ଦୁଇଟୋପା କର୍ପୂରର ତେଲକୁ ମିଶ୍ରଣ କରି ଗାଧାନ୍ତୁ। ଏହା ଦ୍ୱାରା ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସିଥାଏ।
୪-ପତି-ପତ୍ନୀ ମଧ୍ୟରେ ଝଗଡ଼ା ଓ ତିକ୍ତତା ରୋକିବାକୁ : ପତିପତ୍ନୀ ମଧ୍ୟରେ ଝଗଡ଼ା ଓ ତିକ୍ତତା ରୋକିବାକୁ ହେଲେ ଆପଣ ଘରର କୌଣସି ଏକ କୋଣରେ ଦୁଇଟି କର୍ପୂର ରଖନ୍ତୁ ଓ ତାହା ମିଳାଇଗଲା ପରେ ପୁଣିଥରେ ସେଠାରେ ଆଉ ଦୁଇଟି କର୍ପୂର ରଖିଦିଅନ୍ତୁ। ତେବେ ଆପଣଙ୍କୁ ଏପରି ସେହି ପର୍ଯ୍ୟନ୍ତ ହିଁ କରିବାକୁ ହେବ ଯେଉଁ ପର୍ଯ୍ୟନ୍ତ କି ଆପଣଙ୍କ ସମସ୍ୟାର ସମାଧାନ ହୋଇନାହିଁ।
୫-ଧନ ବୃଦ୍ଧି ଲାଗି : ଯଦି ସଦାସର୍ବଦା ଆପଣଙ୍କୁ ଆର୍ଥିକ ସମସ୍ୟା ଲାଗି ରହୁଛି ଓ ଯେତେ ରୋଜଗାର କଲେ ବି ତାହା ଆପଣଙ୍କୁ ଅଣ୍ଟୁ ନାହିଁ ବରଂ କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି,ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ କର୍ପୂରର ପ୍ରୟୋଗ କରନ୍ତୁ। ଏଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରର ସବୁ ବାସନ ସଫା ହେଲା ପରେ ଗୋଟେ ରୂପାର ଗିନାରେ ଦୁଇଟି ଲବଙ୍ଗ ଓ ଦୁଇଟି କର୍ପୂରକୁ ଜଳାନ୍ତୁ ।ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନଧାନ୍ୟରେ ବୃଦ୍ଧି ପାଇଥାଏ। ତେବେ ମନେ ରଖନ୍ତୁ ଆପଣଙ୍କୁ ଏପରି ବୁଧବାର ଦିନ ରୁ ହିଁ ଆରମ୍ଭ କରିବାକୁ ହେବ।