ଭୁବନେଶ୍ବର: ଖରା ଦିନ ହେଉ କି ଶୀତ ଦିନ ଅବା ଅନ୍ୟ ସାଧାରଣ ଦିନ… ପଇଡ଼ ସମସ୍ତଙ୍କର ପ୍ରିୟ ଏବଂ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । ପଇଡ଼ ଖାଲି ଶୋଷ ମେଣ୍ଟାଏନି ବରଂ ଶରୀରକୁ ସୁସ୍ଥ ରଖେ । କିଛି ବ୍ୟକ୍ତି ସକାଳୁ ସକାଳୁ ପଇଡ଼ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଏହା ଭଲ ଅଭ୍ୟାସ । କାରଣ ଜୁସ୍ ହେଉ ବା ପାଣି ଶରୀରରେ ଜଳୀୟ ଅଂଶ ଯେତିକି ପୂରଣ କରେ ପଇଡ଼ ପାଣି ପିଇଲେ ସେତିକି ଭରଣା ହୋଇଥାଏ । ଏହାଦ୍ବାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିବା ସହ ତ୍ବଚାରେ ଚମକ ଆସିଥାଏ ଏବଂ ଶରୀରର କୋଷିକା ଗୁଡ଼ିକୁ ଦୃଢ ହୋଇଥାଏ ତେବେ ଆସନ୍ତୁ ଜାଣିବା ପଇଡ଼ ପିଇବା ଦ୍ବାରା ଶରୀରରେ କଣ ପ୍ରଭାବ ପଡେ ।
ପଇଡ଼ ପାଣିର ଲାଭ…
-ପଇଡ଼ ପାଣିରେ ଆଣ୍ଟିଅକ୍ସିଡେଣ୍ଟ , ଇଲେକ୍ଟ୍ରୋଲାଇଟ୍ସ ଥାଏ , ଯାହା ଶରୀରର ଦୁର୍ବଳତା ଦୂରେଇଥାଏ
-ଏହାସହ ପଇଡ଼ ପିଇବା ଦ୍ବାରା ରକ୍ତଚାପ, ରକ୍ତରେ ଶର୍କରାର ମାତ୍ରାକୁ ସଠିକ୍ ରଖିଥାଏ
-ରୋଗୀଙ୍କୁ ଡାକ୍ତର ପଇଡ ପିଇବାକୁ ଅନେକ ସମୟରେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯଦି କିଛି ଶାରୀରିକ ଅସୁସ୍ଥତା ଥାଏ ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରି ଏହାକୁ ପିଇବା ଉଚିତ ।
-ପଇଡ଼ ପାଣିକୁ ନିୟମିତ ପିଇଲେ ଦୁର୍ବଳ ମାଂସପେଶୀ ସୁଦୃଢ଼ ହୋଇଥାଏ
-ନିୟମିତ ପଇଡ ପାଣି କିଡନି ଷ୍ଟୋନ ଆଶଙ୍କାକୁ କମାଇଥାଏ
-ଓଜନ ହ୍ରାସ କରିବାରେ ସହାୟକ ହୁଏ
-ହଜମ ପ୍ରକ୍ରିୟାକୁ ପଇଡ ପାଣି ସହଜ କରେ
-ପଇଡ ପାଣି ରୋଗ ପ୍ରରିରୋଧ ଶକ୍ତି ବଢାଏ
- ପଇଡ ପାଣି ହାଡ଼କୁ ଶକ୍ତ ରଖେ
-ଅଧିକ ମାତ୍ରାରେ ପଇଡ ପାଣି ପିଇବା ଦ୍ବାରା ଡାଇରିଆ ହେବାର ଆଶଙ୍କା ଥାଏ
ବିଦ୍ର: ପଇଡକୁ ନେଇ ଉପରୋକ୍ତ ତଥ୍ୟ ସବୁ ଜାତୀୟ ଗଣମାଧ୍ଯମରେ ପ୍ରକାଶିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/09/untitled-22-2025-10-09-18-05-21.jpg)