କଫିର ଔଷଧୀୟ ଗୁଣ

କଫି ବିଶ୍ବର ଦ୍ବିତୀୟ ଲୋକପ୍ରିୟ ପାନୀୟ। ଚାହା ତୁଳନାରେ କଫିରୁ ଦୁଇ ଗୁଣ ଶକ୍ତି ମିଳେ। କଫିର ଉଭୟ ଭଲ ଓ ମନ୍ଦ ଗୁଣ ଅଛି। ପିଉଥିବା ବ୍ୟକ୍ତିର ଶାରୀରିକ ଅବସ୍ଥା ଉପରେ ସବୁ କିଛି ନିର୍ଭର କରେ। ଏକ ଗବେଷଣା ଫଳାଫଳ ଅନୁଯାୟୀ କଫି, ଅନେକଙ୍କ ପାଇଁ ଏକ ଉପାଦେୟ ପାନୀୟ। କେତେକଙ୍କ କ୍ଷେତ୍ରରେ ଏହା ସ୍ମୃତି ଶକ୍ତି ବଢ଼ାଇବାରେ ସହାୟକ ହୁଏ। ପୁଣି, କେତେକ ଅଲ୍‌ଝାଇମର୍ସ‌୍‌ ରୋଗୀଙ୍କ କ୍ଷେତ୍ରରେ ଔଷଧ ଭଳି କାର୍ଯ୍ୟ କରେ। ସ୍ମୃତିଶକ୍ତି ହ୍ରାସ ଜନିତ ସମସ୍ୟାରୁ ଏହା ମଣିଷକୁ ବଞ୍ଚାଇପାରେ। ସୁରାପାନ କରୁଥିବା ଲୋକେ ସାମୟିକ ଭାବେ ସ୍ମୃତି-ଶକ୍ତି ହରାଇବା ସାଧାରଣ। ଏ ଭଳି ଲୋକଙ୍କ କ୍ଷେତ୍ରରେ ଏହା ମହୌଷଧି ଭଳି କାମ କରୁଥିବା ଜଣାପଡ଼ିଛି। ସୁରାପାନକାରୀଙ୍କ ପାଇଁ କ୍ଷୀର, ଚିନି ପଡ଼ି ନ ଥିବା କଳା କଫି ଅତ୍ୟନ୍ତ ଉପକାରୀ।

ସମ୍ବନ୍ଧିତ ଖବର