ଓଜନ କମ୍‌ କରିବାକୁ ଚାହାନ୍ତି ତ, ପିଅନ୍ତୁ କାକୁଡି ଜୁସ୍‌

ଆମେ ନିଜର ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରିଥାଉ। ଆମେ ପତଳା ହେବା ଲାଗି ବେଳେବେଳେ ନାନା ରକମର ଜୁସ୍‌ ମଧ୍ୟ ସେବନ କରିଥାଉ। ହେଲେ ଆପଣ ଯଦି କାକୁଡିରେ ପ୍ରସ୍ତୁତ ଏକ ଜୁସ୍‌ ମାତ୍ର ପାଞ୍ଚ ସପ୍ତାହ ପାଇଁ ପିଇବେ, ତେବେ ଆପଣଙ୍କର ଓଜନ କମିଯିବ। ଖାଲି ସେତିକି ନୁହେଁ ଆପଣ ଅଧିକ ସକ୍ଷମ ଓ ସୁସ୍ଥ ବି ରହିବେ।
ଆମେ କାକୁଡ଼ି ଖାଇବାକୁ ବେଶି ପସନ୍ଦ କରିଥାଉ କାରଣ କାକୁଡିରେ ୯୬ ପ୍ରତିଶତ ଜଳ ଓ ଫାଇବର୍‌ ଥାଏ । ଯାହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ

ଏହି କାକୁଡି ଜୁସ୍‌ ପ୍ରସ୍ତୁତି ଲାଗି ଆବଶ୍ୟକୀୟ ସାମଗ୍ରୀ ହେଲା ୧.କାକୁଡି୨.ଲେମ୍ବୁ ୩. ଏକ ଚାମଚ ଛେଚା ଅଦା,୧ ଚାମଚ ଘିକୁଆଁରୀ ଜୁସ ଓ ଅଧ ଗ୍ଲାସ ଜଳ, ଅଳ୍ପ ଓନିଆ ପତ୍ର।

ଉପରୋକ୍ତ ସାମଗ୍ରୀଗୁଡିକ ଭଲ ଭାବେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍‌ କରି ଦିଅନ୍ତୁ। ଏବେ ପ୍ରସ୍ତୁତି ହୋଇଗଲା କାକୁଡି ଜୁସ୍‌। ଏହାକୁ ପ୍ରତିଦିନ ରାତିରେ ଶୋଇବା ଆଗରୁ ପିଇଲେ ଦେଖିବେ ଆପଣଙ୍କର ଓଜନ କମିଯାଇଛି। ମାସେ ପିଇବା ପରେ ଗୋଟିଏ ସପ୍ତାହପାଇଁ ଏଥିରୁ ବିରତ ରହିବାକୁ ପଡ଼ିବ। ପୁଣି ସେହି ଜୁସ୍‌କୁ ପିଇପାରନ୍ତି ଆପଣ। ଏହାଦ୍ୱାରା ଶରୀରର ଓଜନ କମିଯିବ ।


କାକୁଡି ଖାଇଲେ ଆମର ତ୍ୱଚା ବି ପରିଷ୍କାର ହୋଇଥାଏ । ଏହାକୁ ଆପଣ ସାଲାଡ ସାମିଲ ବି କରିପାରନ୍ତି ।

ସମ୍ବନ୍ଧିତ ଖବର