କେହି କେହି ଦହିକୁ ଅମୃତ ବୋଲି କହନ୍ତି। କାରଣ ଦହିର ଅନେକ ସୁଗୁଣ ରହିଛି। ଦହି ଖାଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ସେ ବିଷୟରେ ଜାଣିବା । ରୂପି ହୋଇଥିଲେ ମୁଣ୍ଡରେ, ଦହି ଲଗାଇବା ଦ୍ୱାରା ତାହା ଦୂର ହୋଇଯାଇଥାଏ ଏବଂ କେଶ ମଧ୍ୟ ଉଜ୍ଜ୍ୱଳ ହୋଇଥାଏ। କେଶ ଧୋଇବାର ୭ ମିନିଟ୍‌ ପୂର୍ବରୁ ଦହି ଲଗାନ୍ତୁ ଏବଂ ତା’ପରେ ଧୋଇ ଦିଅନ୍ତୁ । ଯେଉଁ ଲୋକମାନେ ସବୁଦିନ ଦହି ଖାଇଥାଆନ୍ତି, ସେମାନେ ରୋଗରେ କମ୍‌ ପଡ଼ନ୍ତି । ଏହା ରୋଗ ପ୍ରତିରୋଧକ କ୍ଷମତା ବଢେଇଥାଏ । ଦହି ଖାଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ଠିକ୍‌ ଭାବରେ ହୋଇଥାଏ । ଗରମ ଦିନରେ ଆମର ଅନେକ ଝାଳ ବାହାରିଥାଏ । ଦେହ ସାରା ଝାଳ ପାଇଁ ବିରକ୍ତ ମଧ୍ୟ ଲାଗିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଭଲ ।

Advertisment

publive-image Khoobsurati.com

ଦହିରେ ଅଧିକ ମାତ୍ରାରେ କ୍ୟାଲସିୟମ୍‌ ଥାଏ । ଏହି କ୍ୟାଲସିୟମ୍‌ ଓଜନ ବଢେଇବା କୋଶିକାକୁ ନିୟନ୍ତ୍ରିତ କରିଥାଏ । ଦହିରେ ଆମିନୋ ଏସିଡ୍‌ ଥାଏ । ଦହି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ସବୁଦିନ ଦହି ଖାଇବା ଦ୍ୱାରା ବାରମ୍ବାର ଭୋକ ଲାଗୁଥିବାର ସମସ୍ୟା ଦୂର ହୋଇଯାଇଥାଏ । ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଗରମ ଲାଗିଲେ ଆମେ କୋଲ୍‌ଡ୍ରିଙ୍କ୍‌ସ ପିଇଥାଉ। କିନ୍ତୁ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଦହି ଖାଇବା ଦ୍ୱାରା ଏମିତି କିଛି ହୋଇ ନ ଥାଏ । ଗରମ ଦିନରେ ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଦହି ପେଟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଯଦି ଆପଣଙ୍କୁ ରାତିରେ ନିଦ ହେଉ ନାହିଁ, ଆପଣ ଦହି ଖାଆନ୍ତୁ । ଏହି ସମସ୍ୟା ଦୂର ହୋଇଯିବ।