ଜିମ୍‌ ଯିବାକୁ ପସନ୍ଦ କରୁ ନାହାନ୍ତି କି ? ସାଇକେଲ ଚଲାଇ ମଧ୍ୟ ଆପଣ ରହି ପାରିବେ ଫିଟ୍‌

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସମୟର ଅଭାବ ବହୁତ । ସମୟ ଅଭାବ ହେତୁ ଜିମ ଯାଇପାରୁନଥିବାରୁ କାମ ସହିତ ଶରୀରକୁ ଫିଟ୍‌ ରଖିବା ବହୁତ କଷ୍ଟକର ହୋଇପଡିଛି । ସେଥିପାଇଁ ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଉଛି। କିନ୍ତୁ ଏବେ ଆପଣ ଜିମ୍‌ ନ ଯାଇ ମଧ୍ୟ ନିଜକୁ ଫିଟ୍‌ ରଖି ପାରିବେ । ଏକ ଗବେଷେଣାରୁ ଜଣା ପଡ଼ିଛି କି ପ୍ରତି ଦିନ କିଛି ସମୟ ସାଇକଲ ଚଳାଇ ଆପଣ ନିଜକୁ ଫିଟ୍‌ ରଖି ପାରିବେ ।

୧. ସାଇକଲ ଚଲାଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ସହ ମାନସିକ ଅବସାଦ ଏବଂ ଚିନ୍ତାକୁ ଦୂର କରିଥାଏ । ସାଇକ୍‌ଲିଙ୍ଗ୍‌ ହେଉଛି ଏକ ଏରୋବିକ୍‌ ଏକ୍ସର୍‌ସାଇଜ୍‌ ଯାହାକୁ କରିବା ଦ୍ୱାରା ଅନେକ ଗୁଡ଼ିଏ ଲାଭ ଶରୀରକୁ ମିଳିଥାଏ ।
୨.ସାଇକଲ ଚଲାଇବା ଦ୍ୱାରା ହୃଦ୍‌ଘାତ ଜନିତ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ ।
୩. ପ୍ରତି ଦିନ ସାଇକଲ ଚଲାଇବା ଦ୍ୱାରା ମସ୍ତିଷ୍କରେ ସେରୋଟୋନିନ୍‌, ଡ଼ୋପାମାଇନ୍‌ ଏବଂ ଫିନାଇଲ୍‌ଇଥାଇଲ୍‌ଆମିନ୍‌ ସୃଷ୍ଟି ହୋଇଥାଏ, ଯାହାକି ଅପଣଙ୍କ ମନକୁ ଖୁସି ରଖିଥାଏ ।

7 Cycling Tips to Help You Ride in Strong Winds | MapMyRun
MapMyRun Blog

୪.ଆଣ୍ଠୁ ଗଣ୍ଠି ବ୍ୟଥା ହେଉଥିବା ଲୋକମାନଙ୍ ପାଇଁ ସାଇକଲ ଚଲାଇବା ଅତ୍ୟନ୍ତ ଭଲ ବୋଲି ଜଣାପଡ଼ିଛି ।
୫.ମଧୁମେହ ଥିବା ଲୋକମାନେ ସାଇକଲ ଚଲାଇବା ସମୟରେ ଶରୀରକୁ ହାଇଡ଼୍ରେଟେଡ଼୍‍ ରଖିବା ନିହାତି ଦରକାର । ଟାଇପ୍‌ ୧ ମଧୁମେହ ରୋଗୀ ଯଦି ଏକ ଘଣ୍ଟାରୁ ଅଧିକ ସମୟ ସାଇକଲ ଚଲାଉଛନ୍ତି, ତେବେ ସାଥିରେ କାର୍ବୋହାଇଡ଼୍ରେଟ୍‌ ଥିବା ସ୍ନାକ୍ସ ନେବା ଦରକାର ।

ସମ୍ବନ୍ଧିତ ଖବର