ବାସି ରୁଟି ଖାଇବାର ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ। ଯାହାକି ବାସି ହୋଇଯାଇଥାଏ। ତେବେ ଏହି ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ଆମେ ବାରବୁଲା କୁକୁର, ଗାଇଗୋରୁ ଆଦିଙ୍କୁ ଦେଇ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ ଉପଯୋଗୀ ବନାଯାଇ ପାରିବ। ଉଦାହରଣ ସ୍ୱରୂପ ବାସି ଭାତରେ ବିଭିନ୍ନ ପ୍ରକାର ପଲାଉ, ଉପମା ଓ ପୋକୋଡା ଇତ୍ୟାଦି। ସେହିପରି ବାସି ରୁଟିକୁ ବି ଆମେ ବିଭିନ୍ନ ଶୈଳୀରେ ଖାଇ ପାରିବା। ତେବେ ଜାଣନ୍ତି କି, ବାସି ରୁଟି ଖାଇବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ।

ଆସନ୍ତୁ ଜାଣିବା ବାସି ରୁଟି ଖାଇବାର ଫାଇଦା….

୧. ବାସି ରୁଟିକୁ କ୍ଷୀର ସହିତ ମିଶାଇ ଖାଇବା ଦ୍ୱାରା ଡାଇବେଟିଜ ସମସ୍ୟା ଦୂର ହୋଇଥାଏ। ଯେଉଁ ଲୋକଙ୍କ ରକ୍ତରେ ସୁଗାରସ୍ତର ବଢ଼ି ଯାଇଛି ସେମାନେ ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ।

୨. ସେହିପରି ଆଜିକାଲି ଅନେକ ଲୋକଙ୍କ ରକ୍ତଚାପ ବୃଦ୍ଧି ପାଇବାର ସମସ୍ୟା ଦେଖା ଦେଉଛି। ଏହି କାରଣରୁ ଲୋକମାନେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି। ତେବେ ରକ୍ତଚାପକୁ ନର୍ମାଲ ରଖିବା ପାଇଁ ବାସି ରୁଟିରେ କ୍ଷୀର ମିଶାଇ ଖାଆନ୍ତୁ।

୩. ରୁଟିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ବାସି ରୁଟି ଖାଇବା ଦ୍ୱାରା ପେଟ ସହିତ ଜଡ଼ିତ ସମସ୍ୟା ଯେପରି ଏସିଡିଟି, ବଦହଜମି ଆଦି ହୋଇ ନଥାଏ। ବାସି ରୁଟି ଖାଇବା ଫଳରେ ଶରୀରର ତାପମାତ୍ରା ସାମାନ୍ୟ ରହିଥାଏ। ଯାହାଫଳରେ ହୃଦୟ ସହିତ ଜଡ଼ିତ ରୋଗ ହେବାର ଆଶଙ୍କା ବି କମ୍‌ ରହିଥାଏ।

 

ସମ୍ବନ୍ଧିତ ଖବର