ଋତୁ ବଦଳିଲେ ସାଧାରଣତଃ ଥଣ୍ଡା-ସର୍ଦ୍ଦି ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି ଆମକୁ ହୋଇଥାଏ । ସେଥିପାଇଁ ଆମକୁ ଆମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଦରକାର । ଆମେ ଯଦି ଆମ ଖାଦ୍ୟ ଧାରାରେ କିଛି ପରିବର୍ତ୍ତନ ଆଣିବା ତେବେ ଅନେକ ଉପଶମ ମିଳିପାରିବ। ଏହି କ୍ରମରେ ଆମେ ଯଦି ଖଜୁରକୁ ସାମିଲ କରିବା, ତା’ହେଲେ ସବୁ ସମସ୍ୟା ଦୂର ହୋଇଯିବ ।
ଯେଉଁ ଲୋକମାନେ ଅଧିକ କ୍ଲାନ୍ତ ଅନୁଭବ କରିଥାଆନ୍ତି, କମ୍ କାମ କରି ଥକି ଯାଆନ୍ତି, ସେମାନଙ୍କୁ ଦୈନିକ ୩ଟି ଖଜୁର ଖାଇବା ଉଚିତ୍ ।
ଖଜୁରକୁ ଆମର ନିୟମିତ ଖାଦ୍ୟରେ ସାମିଲ କଲେ ଆମର ବହୁତ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଯିବ । ଖଜୁରରେ ଆଇରନ, ମିନେରାଲ, କ୍ୟାଲିସିୟମ୍, ଏମିନୋ ଏସିଡ୍, ଫସଫରସ୍ ପ୍ରଚୁର ପରିମାଣରେ ଥାଏ । ଫଳରେ ଏହା ନିୟମିତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଖଜୁରରେ ଥିବା ଲବଣ ଅଂଶ ହାଡକୁ ଅଧିକ ଶକ୍ତ କରିଥାଏ । ଏଥିରେ ଥିବା କ୍ୟାଲିସିୟମ୍ ଏବଂ କପର ମଧ୍ୟ ହାଡ କୁ ଶକ୍ତ କରିବାରେ ସହାୟକ ହୋଇଥାଏ । ସବୁବେଳେ ଖଜୁରି ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଏଥିରେ ଥିବା ଗ୍ଲୁକୋଜ ଏବଂ ଫ୍ରୁଟୋଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢେଇବାରେ ସାହାଯ୍ୟ କରିଥାଏ ।
ଖଜୁରରେ ଥିବା ପ୍ରୋଟିନ, ମିନେରାଲସ, ଭିଟାମିନ୍ ରୁ ଶରୀରକୁ ଶକ୍ତି ମିଳିଥାଏ । ଯେଉଁ ଲୋକମାନେ ଅଧିକ କ୍ଲାନ୍ତ ଅନୁଭବ କରିଥାଆନ୍ତି, କମ୍ କାମ କରି ଥକି ଯାଆନ୍ତି, ସେମାନଙ୍କୁ ଦୈନିକ ୩ଟି ଖଜୁର ଖାଇବା ଉଚିତ୍ । ପୁଣି ଖଜୁର ଖାଇବା ଦ୍ୱାରା ସଂକ୍ରମଣରୁ ରକ୍ଷା ମିଳିଥାଏ । ପ୍ରଦୂଷଣରୁ ହୋଇଥିବା ରୋଗ ମଧ୍ୟ ଖଜୁର ଖାଇବା ଦ୍ୱାରା ଭଲ ହୋଇଯାଏ ।