କଦଳୀ ପତ୍ରରେ ଖାଦ୍ୟ କାହିଁକି ସ୍ୱାଦିଷ୍ଟ ଲାଗେ? ଜାଣନ୍ତୁ

ବିଜ୍ଞାନ ଓ ଧର୍ମ ମଧ୍ୟରେ ଏକ ଗଭୀର ସଂପର୍କ ରହିଛି । ଧାର୍ମିକ ପରମ୍ପରାରେ ଭୋଜନ ତମ୍ବା କିମ୍ବା ମାଟି ପାତ୍ରରେ କଲେ ସ୍ୱାସ୍ଥ୍ୟବର୍ଧକ ହୋଇଥାଏ। କିନ୍ତୁ ଆଜିକାଲି ଅଲଗା ପ୍ରକାର ଧାତୁରେ ତିଆରି ବାସନ ବ୍ୟବହାର କରାଯାଉଛି । ଦକ୍ଷିଣ ଭାରତରେ ଏକ ଲୋକପ୍ରିୟ ପ୍ରଥା ରହିଛି। ଆଜି ବି ସେଠାରେ କଦଳୀ ପତ୍ରରେ ଭୋଜନ କରିବା ଏବଂ କରାଇବା ବହୁପ୍ରଚଳିତ ।

କଦଳୀ ପତ୍ରରେ ଭୋଜନ କରିବାର ଧାରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଆପଣ ଦକ୍ଷିଣ ଭାରତର କୌଣସି ବି ବଡ଼ ହୋଟେଲକୁ ଗଲେ , ସେଇଠି ଯଦି ଆପଣ ଦକ୍ଷିଣ ଭାରତର ବ୍ୟଞ୍ଜନ ଅର୍ଡର କରନ୍ତି, ତା’ହେଲେ ଆପଣଙ୍କୁ ସେମାନେ କଦଳୀ ପତ୍ରରେ ହିଁ ଦେବେ । ବିଶେଷଜ୍ଞ ଙ୍କ କହିବାନୁସାରେ କଦଳୀ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏଥିରେ ଭୋଜନ କରିବା ଦ୍ୱାରା ଆପଣଙ୍କୁ ଅନେକ ଜୀବାଣୁଙ୍କ ସଂକ୍ରମଣରୁ ମୁକ୍ତି ମିଳିଥାଏ।

ଏହା ବ୍ୟତୀତ କୁହାଯାଇଛି ଯେ କଦଳୀ ପତ୍ରରେ ପାରମ୍ପରିକ ଉପାୟରେ ଭୋଜନ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଏକ ଭଲ ସଂପର୍କ ଗଢି ଉଠିଥାଏ । ଏକାଠି ବସି ଖାଇବା ପାଇଁ କାହା ପାଖରେ ସମୟ ନାହିଁ । ସେଥିପାଇଁ କଦଳୀପତ୍ରରେ ସପରିବାର ଭୋଜନ କଲେ ବହୁତ ଭଲ ଲାଗିଥାଏ । ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢେଇଥାଏ । ପୁଣି କଦଳୀ ପତ୍ର ଉପରେ ଏକ ପ୍ରକାରର ପ୍ରାକୃତିକ ଲେପ ଥାଏ, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢେଇ ଦେଇଥାଏ । ଆପଣ ମଧ୍ୟ ନିଜେ ଏହାକୁ ଅନୁଭବ କରିପାରିବେ, ଯଦି ଆପଣ କଦଳୀ ପତ୍ରରେ ଭୋଜନ କରିବେ । ଏଥିରେ ସହଜରେ ଖାଇପାରିବେ ଏବଂ ଫିଙ୍ଗିପାରିବେ ମଧ୍ୟ । ଏହା କରିବା ଦ୍ୱାରା ଆପଣଙ୍କ ବାସନ ମଧ୍ୟ ଅପରିଷ୍କାର ହେବନି ।

ସମ୍ବନ୍ଧିତ ଖବର