ପ୍ରତିଦିନ ଗୋଟେ ଅଣ୍ଡା ଖାଇଲେ ଶରୀରର ଏସବୁ ସମସ୍ୟା ଦୂର ହେବ

ଅଣ୍ଡାକୁ ସୁପରଫୁଡ୍‌ ବୋଲି କୁହାଯାଏ, ଯେଉଁଥିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ଏବଂ ବିର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରର ଅଧା ରୋଗ ଭଲ ହୋଇ ଯାଇଥାଏ । ଏହା ସହ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ ବୋଲି କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଧୁମେହ ରୋଗୀଙ୍କୁ ଅଣ୍ଡା ସିଝାଇ ଖାଇବା ଦରକାର ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ମଧୁମେହ ରୋଗୀଙ୍କ ଅଣ୍ଡା ଖାଇବାକୁ ନେଇ ବିଭିନ୍ନ ଗବେଷକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ବୈଜ୍ଞାନିକମାନେ ଏହାକୁ ଭଲ କହିବା ସହ କିଛି ବୈଜ୍ଞାନିକମାନେ ମଧୁମେହ ରୋଗୀଙ୍କ ପାଇଁ ଅଣ୍ଡା ଭଲ ନୁହେଁ ବୋଲି ମତ ରଖିଛନ୍ତି । ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଅନ୍ୟ କିଛି ଫାଇଦା ବିଷୟରେ….

୧. ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଅଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

୨. ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ଅଣ୍ଡାର ସେବନ କରି ପାରିବେ । ଅଣ୍ଡା ଖାଇବା ଦ୍ୱାରା ସାରାଦିନ ପେଟ ପୁରିବା ଭଳି ଅନୁଭବ ହେବା ସହ ଭୋକ କମ୍‌ ଲାଗିଥାଏ ।

Boiled Eggs Recipes: 10 brilliant ideas to transform boiled eggs from bland to grand
Times of India

୩. ଅଣ୍ଡାରେ କଲିନ୍‌ ଏବଂ କେରୋଟିନଏଡ୍‌ସ ନାମକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆଖି ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।

୪.ଅଣ୍ଡାର ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ, ଯାହାଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

ସମ୍ବନ୍ଧିତ ଖବର