ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ୍‌, ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ। ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଭରି ରହିଥାଏ । ଏହାଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ଆସନ୍ତୁ ଜାଣିବା ସେ ବିଷୟରେ...

Advertisment

୧. ଓଜନ କମ୍‌ କରିବା ପାଇଁ କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଣ୍ଡାରେ କମ୍‌ କ୍ୟାଲୋରୀ ଥିବାରୁ ଆପଣ ଏହାକୁ ପ୍ରତିଦିନର ଖାଦ୍ୟରେ ଖାଇ ପାରିବେ । ଗୋଟେ ଅଣ୍ଡାରେ ମାତ୍ର ୭୮କ୍ୟାଲୋରୀ ରହିବା ସହ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୋଟେ ଦିନରେ ଆପଣମାନେ ୨-୩ ଅଣ୍ଡା ଖାଇ ପାରିବେ ।

publive-image

୨. ଏମିତି ଅନେକ ଖାଇବା ଜିନିଷ ରହିଛି, ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ । କାରଣ ସେ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଅଣ୍ଡା ଖାଇ ପାରିବେ । ଯାହାଦ୍ୱାରା ଆପଣଙ୍କ ପେଟ ପୂର୍ଣ୍ଣ ରହିବା ସହ ଓଜନ କମ ହେବ ।

୩. ଅଣ୍ଡା ଶରୀରର ମେଟାବଲିଜିମ୍‌କୁ ନିୟନ୍ତ୍ରିତ କରିଥାଏ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦କ୍ୟାଲୋରି କମ ହୋଇଥାଏ ।